ଜୀବନ୍ମୁକ୍ତି
ଜୀବନ୍ମୁକ୍ତି


ଅନ୍ତର୍ଯ୍ୟାମୀ !
ହାତ ଧରି ନେଇଯାଅ ପଭୁ;
ଅର୍ଦ୍ଧରୁ ଉର୍ଦ୍ଧ୍ୱକୁ,
ଭୂମିରୁ ଭୂମାକୁ,
ଦେହରୁ ବିଦେହକୁ,
ସୀମାରୁ ଅସୀମକୁ।
ତବ ଦିବ୍ୟ ସ୍ପର୍ଶର ପୁଲକରେ
ଅପସରିଯାଉ ମୋର
ଚିନ୍ତା-ଚେତନାର ସମସ୍ତ ଜଡତା,
ହୀନମନ୍ୟତା ଏବଂ
ମୋ ମନ ସାରା ଛନ୍ଦିହୋଇ
ଲଟେଇଥିବା, ଷଡରିପୁର
ନିର୍ମୂଳି ଲତା ସମୂହ।
ଆତ୍ମ ଚେତନାର ବୀଜ,
ବଢ଼ିଉଠୁ ସ୍ଵଚ୍ଛନ୍ଦରେ
କଅଁଳିଆ ଡାଳ ପତ୍ର ମେଲି,
ଆଉ ଆବୋରିବସୁ ମୋର
ସମସ୍ତ ଅନ୍ତଃ ଶରୀର ।
କୃପାସିନ୍ଧୁ !<
/p>
ଇତସ୍ତତଃ ବିଛୁରିତ ଚଂଚଳ
ମନଫୁଲ ସବୁ ଗୁନ୍ଥି ହେଉଥାଉ
ଏକାଗ୍ରତାର ଖିଅରେ;
ତୁମ ଗଳାର ହାର ପାଇଁ ।
ଶାଶ୍ୱତ ପ୍ରେମର ନୈବେଦ୍ୟ,
ଭକ୍ତିର ସଳିତା,
ଆଉ ଅନୁଶୋଚନା ଅଶ୍ରୁର ତୈଳରେ
ଜଳୁଥାଉ ତୁମପାଇଁ ଅହରହ
ଚରୈବେତିର ଦୀପାଳି ।
ପବିତ୍ର ଆଲୋକଶିଖାର ବର୍ଣ୍ଣାଳିରେ
ଉଦ୍ଭାସିତ ହୋଇଯାଉ
ମୋର ସମଗ୍ର ଅନ୍ତଃ ସତ୍ତା;
ଜୀବନର ପ୍ରତିଟି ସ୍ପନ୍ଦନରେ-
ଅନୁଭୂତ ହେଉଥାଉ
ତୁମ୍ଭର ଅନନ୍ତ ସତ୍ତା,
ଲୋପ ପାଇ ଯାଉଥାଉ ମୋର ମମତ୍ୱ I
ଜୀବନ୍ମୁକ୍ତି ଦିଅ ପ୍ରଭୁ !!