STORYMIRROR

Hasyamayee Raj

Others

4  

Hasyamayee Raj

Others

ଜୀବନ

ଜୀବନ

1 min
334


କିଏ ଏଠି କାହାର

ଏ ତ ଧୂଳିଘର

ପଲକେ ଭୁଷୁଡ଼ି ପଡେ 

ମନର ମନ୍ଦିର

କିଏ ହସେ ମୁହଁରେ

ଲୁଚାଇ କେ କାନ୍ଦେରେ

ଛାତି ତଳ ଦୁଃଖକୁ

କିଏ ବୁଝିପାରେ।

ଇଛା ସବୁ କାଚଘର

ନିମିଷକେ ଚୁରମାର

ନିତି ଗଢେ ନିତି ଭାଙ୍ଗେ

ସପନର ସହର।

ପୁର୍ଣ୍ଣତାର ଫୁଲଝର

ଝରିଯାଏ ବାର ବାର

ଶୂନ୍ୟତାର ନିଦାଘରେ

ଅହରହ ଜଳୁଥାଏ

ଜୀବନର ଜଉଘର ।

ଶାନ୍ତି କାହିଁ ତୃପ୍ତି କାହିଁ 

ମିଛ ଏ ମାୟା ସଂସାର

ଜୀଇଁବାକୁ ହେବ ବୋଲି

ଜୀଏଁ ସିନା ମଣିଷ

ଶେଷ ହୁଏ ନାହିଁ କେବେ

ଅନ୍ବେଷଣ ଜୀବନର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍