ଜୀବନ
ଜୀବନ
ଜୀବନ ଟା ଖାଲି / ତୁଛା ବାଲିଘର
ମିଛ ମାୟା ଭରା / ଅନିତ୍ୟ ସଂସାର ।।
ରାତିରେ ଯେପରି / ଫୁଟଇ ଶେଫାଳି
ସକାଳୁ ସକାଳୁ / ଯାଇଥାଏ ଝରି ।।
ସେପରି ଜୀବନ / ଅଟେ କ୍ଷଣସ୍ଥାୟୀ
ସ୍ଥିତିହୀନ କେବେ / ଅଛି କେବେ ନାହିଁ ।।
ଜୀବନ ଗୋଟାଏ / ପ୍ରଜ୍ବଳିତ ଦୀପ
ତଇଳ ବିହୁନେ / ହୁଏ ନିର୍ବାପିତ ।।
ତେମନ୍ତେ “ଆୟୁଷ-/ ତଇଳ; ବିହୁନେ
ଏ ଜୀବନ ଦୀପ / ନଜଳଇ କ୍ଷଣେ ।।
ସଂସାର ସାଗରେ / ଜୀବନର ତରୀ
ସଦା ଟଳମଳ / ବେଳେ ଯାଏଁ ବୁଡି ।।
ନୀରଜ ଦଳର / ଜଳ ଏ ଜୀବନ
ପବନ ପ୍ରବାହେ / ହୁଏ ଦୋଳାୟନ ।।
ଇଛ୍ଛେ ମୃତ୍ୟୁ ସିନ୍ଧୁ / କରାଳ ଲହରୀ
ଭେଟିବ ଜୀବନ / ଧାଏଁ ସେହିପରି ।।
ଭବରଙ୍ଗ “ରଙ୍ଗ- / ମଞ୍ଚରେ; ଜୀବନ
ଅଭିନୟ ଶେଷେ / କରଇ ପ୍ରସ୍ଥାନ ।।
ମହାଜାଗତିକ / ବିଧାନେ ଜୀବନ
ବ୍ୟବସ୍ଥାପିତ ଏ / ଜନମ ମରଣ ।।