ଜୀବନ ।
ଜୀବନ ।
ମାଆ କୋଳେ ଯେବେ ଜନମ ହୋଇଲି କାନ୍ଦିଲି ମୁଁ କୁଆଁ କୁଆଁ,
ଆଇ ନେଇ ମୋତେ ସେକିବା କୋଳରେ ଲଗାଇ ଏନ୍ତୁଡିନିଆ଼଼୍ ।
ଧିରେ ଧିରେ ବଢି ଚଲାବୁଲା ଶିଖି ପଢିବାକୁ ଗଲି ପାଠ,
ସାଙ୍ଗସାଥୀ ମେଳେ କଟିଗଲା ଦିନ ଜଣାପଡିଲାନି କଷ୍ଟ ।
ପଢାସାରି ଯେବେ ଜୀବିକା ପାଇଁ ମୁଁ ସଙ୍ଘର୍ଷ କୁ ଓହ୍ଲାଇଲି
ଜୀବନଟା ନୁହେଁ ସରଳିଆ ବୋଲି ଏକଥା ମୁଁ ବୁଝିଗଲି ।
ଚାକିରି ଜୀବନ କେତେ ଝଡଝଞ୍ଜା ଛୁଆପିଲା ଙ୍କ ଦାୟିତ୍ଵ,
ସମନ୍ୱୟ କରି ଚଳିବାକୁ ପଡେ କେତେ ଲୋକ ଙ୍କ ସହିତ ।
ସେସବୁ ସମୟ ସରିଲାଣି ଏବେ ପିଲା ହୋଇ ଲେଣି ବଡ଼,
ହାତ ଛାଡି ମୋର ଚାଲି ଶିଖିଲେଣି ସମ୍ଭାଳି ନିଜର ଗୋଡ଼ ।
ଏତେ ସବୁ କଥା ସରିଲେ ବି ସୁଧା ଆଉକିଛି ଅଛି ବାକି,
ଜୀବନ ର ସେଇ ଅପଢାଅଧ୍ୟାୟ କେବେ କେବେ ମାରେ ଉଙ୍କି ।
ଜୀବନ ଟା ନୁହେଁ ପିଲାଖେଳ କିବା ଯଉବନ ମାତଲାମି,
ବୟସ ସହିତ ଆଗକୁ ଯାଇ ମୁଁ ସେସବୁ ବୁଝିଗଲିଣି ।
ଜୀବନର ଏଇ ଅପରାହ୍ନେ ଆଜି ଆଗକୁ ଚାଲିବା ପାଇଁ
ଭାବିଲା ବେଳକୁ ଆକାଶ କୁ ଚାହେଁ ଆଲୁଅ ଅଛି କି ନା ହିଁ ।
ଦୂର ଦିଗ୍ ବଳୟ ହାତଠାରି କହେ ପଡ଼ନାହିଁ ତୁମେ ଥକି,
କିଛି କାମ ସିନା ସରିଯାଇଅଛି ଆଉ କିଛି ଅଛି ବାକି ।
