STORYMIRROR

Bharatabandhu Biswal

Others

3  

Bharatabandhu Biswal

Others

ଜୀବନ

ଜୀବନ

1 min
196


ଆଲୋକର କଣ ଅଟଇ ଜୀବନ

    ଈଶ୍ୱରଙ୍କ ଅବଦାନ

ଅଜ୍ଞାନ ଅନ୍ଧାରୁ ଜ୍ଞାନାନୁସନ୍ଧାନେ

   ଜୀବନ ପରିକ୍ରମଣ ।


ଜୀବନ ଗଣିତ ନିର୍ଭୁଲ ହୋଇଲେ

    ଅନୁକୂଳ ହୁଏ ଗତି

ସୁଗୁଣ ସଂସ୍କାରେ ସୁଧାର ନିଜକୁ

    ସୁବିଚାରେ ଦିଅ ମତି ।


ଜୀବନର ପୁଷ୍ପ ଅଟେ ସୁକୋମଳ

   ଜଳେ ଢଳ ଢଳ ପଦ୍ମ

ପାପ ପଙ୍କ ପୂର୍ଣ୍ଣ ସଂସାରେ ଜୀବନ

   ଆହରଇ ଦିବ୍ୟ ଜ୍ଞାନ ।


ଧୀର ସ୍ଥିର ମନ ବିକଶେ ସୁଗୁଣ

  ଆଚାର ଶୁଦ୍ଧ ବିଚାର

ଜୀବନ ଉଦ୍ଦେଶ୍ୟ ହୁଅଇ ସଫଳ

  ବିଶ୍ୱ ଦିଶେ ମଧୁମୟ ।


ଜୀବନ ନୁହଁଇ ଗୋଲାପର ଶେଜ

  ଝୁରି ମରିଯିବା ନାମ

ଜୀଇବାର କଳା ଗୀତ ସୁମଧୁର

  ଜୀବନ ସୈ।ରଭ କର୍ମ ।


ମହାନ ଅଟଇ ଜୀବନ ସାଧନା

  ଅନୁଧ୍ୟାନ ଅନୁକ୍ଷଣ

ଅନୁପମ ପ୍ରିୟ ଅମୂଲ୍ୟ ଅତୁଲ୍ୟ

  ଅମୃତ ସୃଷ୍ଟି ଜୀବନ ।



Rate this content
Log in