ଜୀବନ
ଜୀବନ
ଜୀବନର ଅର୍ଥ ଆଉ
ଜୀବନର ମୂଲ୍ୟ
ବୁଝିବାକୁ ବୋଧହୁଏ ନୁହେଁ
ଜୀବନ ପର୍ଯ୍ୟାପ୍ତ ।
କେତେବେଳେ ଜୀବନଟା
ପୁଷ୍ପିତ ପ୍ରସ୍ଫୁଟିତ,
ଲାଗେ ସବୁଜ ସୁନ୍ଦର,
କିଛି କ୍ଷଣ ପରେ ହଜି ସବୁଜିମା ସବୁ
ସବୁଜ ଗାଲିଚା ହୁଏ ଶୁଷ୍କ ଓ ମଳିନ ।
ଏଇ ଜୀବନଟା କେବେ କେବେ,
କଳ କଳ ଜଳସ୍ରୋତ ପରି
କେବେ ଚିକ୍ ଚିକ୍
ସୂର୍ଯ୍ୟର ସୁନେଲି କିରଣ,
ଜାଣିହୁଏ ନାହିଁ କେତେବେଳେ
ଧୋଇ ଯାଏ ସବୁରଙ୍ଗ
ଫିକା ଲାଗେ ଅବଶିଷ୍ଟ
ବିସ୍ତୀର୍ଣ୍ଣ ପରିଧି ।
ଏ ଜୀବନ ପୁଣି ହୁଏ
ଶୁଷ୍କ ମରୁବାଲି,
ନଥାଏ ରଙ୍ଗ ବା ସୁଗନ୍ଧ
ବାରି ହୁଏ ନାହିଁ କିଛି
ଉତ୍ଥାୀନ ପତନ ।
ଧାରଧାର ବାଲିସ୍ରୋତ
ଭରିଦିଏ ଭୟର ଭଣ୍ଡାର
ବୁଝିବା ପୂର୍ବରୁ
ଜୀବନର ଅସଲ ମହତ୍ତ୍ୱ ,
କ୍ଷଣକରେ ଧସିଯାଏ
ମରୁବାଲିର ପାହାଡ ।
କ’ଣ ତେବେ ଗତି ଜୀବନର ?
କ’ଣ ଅବା ଜୀବନର ସ୍ଥିତି ?
ବୁଝୁ ବୁଝୁ ମଣିଷର ପାର୍ଥୀବ ଶରୀର
ମିଶିଯାଏ ପଞ୍ଚଭୂତେ
ପ୍ରଶ୍ନବାଚୀ କରିଦିଏ ଆଗାମୀ ପିଢିକୁ
ସାଉଁଟେ ସେ
ଜୀବନର ଅର୍ଥ ସରଳାର୍ଥ ॥