ଜୀବନ
ଜୀବନ
1 min
140
ସାତ ତାଳ ପଙ୍କ
ପଙ୍କ ଭିତରେ ଫରୁଆ
ଫରୁଆରେ ଥାଏ ସେ
କେତେବେଳେ ହସାଏ କନ୍ଦାଏ
ପୁଣି ନିରୋଳାରେ ଗୁମ ମାରେ ।
ଲହୁଣୀଠୁଁ ନରମ ସିଏ
କଥାରେ ତରଳିଯାଏ
ପ୍ରେମର ପାଖୁଡା ମେଲି
ଅମୃତର ଝରଣାଟି ଝରାଇ
ଡାକୁଥାଏ ଚୁମିବାକୁ ଆସ ଥରେ ।
କେତେବେଳେ ଚାଲିଯିବ ସିଏ
କାହାକୁ ନ କହି ଏକା ଏକା
ବିଜୁଳି ଠାରୁ ଆହୁରି ଚପଳ
ଆଖିପିଛୁଳାକେ ଆଜି ଏଠି
ପୁଣି କାଲି ଆଉ କେଉଁଠାରେ ।
