ଜୀବନ ତରଙ୍ଗ
ଜୀବନ ତରଙ୍ଗ
ଯୁଗ ଯୁଗ ଧରି ଧରା ଅଙ୍ଗନେ
ଯାଏ କୁଳୁ କୁଳୁ ତାନେ ବହି,
ଆଭା ମନ ଲୋଭା ତୋ ଶୁଭ୍ର କିରତୀ
ଉପମା ଦେବାକୁ ଶବ୍ଦ ନ ସ୍ଫୁରଇ l
ଶାନ୍ତ,ଶୀତଳ ନୀରର ନୀରବତା ଭାଙ୍ଗି
ସୃଷ୍ଟି ହୁଅଇ ତରଙ୍ଗ ମାନ,
ଯହିଁ ଗଢ଼ି ଉଠେ ତହିଁ ମିଶିଯାଏ
ତେଣୁ ତରଙ୍ଗର ଆୟୁଷ କ୍ଷୀଣ l
କେହି ରହେ ନାହିଁ ଅନିିିତ୍ୟ ସଂସାରେ
ପାଣି ଫୋଟକାର ସମ,
ବିଶ୍ୱ ଜୀବନେ ଦିିବ୍ୟ ଗୁୁଣ ଭରି,ପ୍ରଭୋ
ଧନ୍ୟ କର ତୁୁୁମ ନାମ l
ତରଙ୍ଗର ଗତି ଉଚ୍ଚ ନୀଚ୍ଚ ହୋଇ
ସ୍ୱଭାବେ କରେ ଗମନ,
ସୁଖ,ଦୁଃଖ ଭୋଗି ତରଙ୍ଗ ପରିକା
ଚାଲେ ମାନବ ଜୀବନ l
ହୃଦୟର ନିଭୃତ କୋଣେ
ସୃଷ୍ଟି ହୁଏ ତରଙ୍ଗ
ଅନ୍ତରଙ୍ଗ ସାନ୍ନିଧ୍ୟ ଲାଭ କଲା ପରେ,
ଅକୁହା ଶବ୍ଦ ସବୁ ଅନୁୁୁରଣିତ ହୋଇ
ସଞ୍ଚରି ଯାଏ ଶିରା ପ୍ରଶିରାରେେ l
ସମୁଦ୍ରେ ତରଙ୍ଗ ଅହରହ ସୃଷ୍ଟି
ଜୁୁୁଆର ଭଟ୍ଟାର ମେଳ,
କେବେ ସେ ସୁୁୁୁନାମୀ କେବେ ବନ୍ୟା,ବାତ୍ୟା
ଖେଳେ ନାନା ଧ୍ଵଂଶ ଖେଳ l
ଏ ସାରା ସଂସାର ବ୍ରାହ୍ମ ମୁହୁର୍ତ୍ତେ
ପୁଲକିତ ହୋଇ ଉଠେ
ଐଶ୍ୱରୀୟ ଚିିନ୍ତନରେ,
ଅନନୁୁଭୂତ ଭକ୍ତିି ରସେ ରସି
ଭଗବାନଙ୍କ ଦର୍ଶନ ପାଏ ମଣିଷ
କ୍ଷଣିକ ମଧ୍ୟରେ।।