STORYMIRROR

Arundhati Jena

Others

3  

Arundhati Jena

Others

ଜୀବନ ସଂରଚନା

ଜୀବନ ସଂରଚନା

1 min
41


ଜୀବନର ପ୍ରତ୍ୟେକ ଫର୍ଦ୍ଦକୁ


ଓଲଟାଇବା ପାଇଁ ସମୟର ଅଭାବ


ତନ୍ନ ତନ୍ନ କରି ପଢିବାତ ଦୂରର କଥା,

ଏଇ ମନର ଭାବ ଆଉ ଆବେଗକୁ


ହୃଦୟରେ ଲିପିବଦ୍ଧ କରିବାର


ସେଇ ଆଶା ଆକାଂକ୍ଷା ଆଉ ଚିନ୍ତା ।


ମୋତେ ନିମିଷେ ମାତ୍ର ଶୁଆଇ ଦେଉନି


କିନ୍ତୁ ମୁଁ ପରିସ୍ଥିତିର ଦାସ ହେଲେ ବି


ମଧ୍ୟ ମୋତେ ପ୍ରସ୍ତୁତ କରିବାକୁ ହେବ


ଜୀବନର ପର୍ଯ୍ୟାୟ ସାରଣୀ


ବୋଧହୁଏ ଇଏ ହେବ


ଜୀବନର ପ୍ରତି ମୁହୂର୍ତ୍ତର ପର୍ଯ୍ୟାୟ ଫଳନ,


ଆଶା କରେ ପରିବର୍ତ୍ତନର ଏହି ପଥ


ସଭିଙ୍କ ପାଇଁ ହେବ ମୂଲ୍ୟବାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍