ଜୀବନ ସଂରଚନା
ଜୀବନ ସଂରଚନା
1 min
39
ଜୀବନର ପ୍ରତ୍ୟେକ ଫର୍ଦ୍ଦକୁ
ଓଲଟାଇବା ପାଇଁ ସମୟର ଅଭାବ
ତନ୍ନ ତନ୍ନ କରି ପଢିବାତ ଦୂରର କଥା,
ଏଇ ମନର ଭାବ ଆଉ ଆବେଗକୁ
ହୃଦୟରେ ଲିପିବଦ୍ଧ କରିବାର
ସେଇ ଆଶା ଆକାଂକ୍ଷା ଆଉ ଚିନ୍ତା ।
ମୋତେ ନିମିଷେ ମାତ୍ର ଶୁଆଇ ଦେଉନି
କିନ୍ତୁ ମୁଁ ପରିସ୍ଥିତିର ଦାସ ହେଲେ ବି
ମଧ୍ୟ ମୋତେ ପ୍ରସ୍ତୁତ କରିବାକୁ ହେବ
ଜୀବନର ପର୍ଯ୍ୟାୟ ସାରଣୀ
ବୋଧହୁଏ ଇଏ ହେବ
ଜୀବନର ପ୍ରତି ମୁହୂର୍ତ୍ତର ପର୍ଯ୍ୟାୟ ଫଳନ,
ଆଶା କରେ ପରିବର୍ତ୍ତନର ଏହି ପଥ
ସଭିଙ୍କ ପାଇଁ ହେବ ମୂଲ୍ୟବାନ ।
