STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଜୀବନ ସନ୍ଦର୍ଭ

ଜୀବନ ସନ୍ଦର୍ଭ

1 min
14.1K


ଜୀବନ ସନ୍ଦର୍ଭ 

ମୁଁ ଲେଖେନି କବିତା ! ହଁ ! ଅବଶ୍ୟ କିଛି ଲେଖେ , ଅନବନା ଧାଡ଼ି, ଆବେଗ କୁ ବନ୍ଦ ବି କରି ପାରେ ନାହିଁ , ଲେଖିବାର ଶୈଳୀ ଜାଣେନି କିନ୍ତୁ ଲେଖେ , କେତେବେଳେ ପାଗଳର ପ୍ରଳାପ, ସ୍ମୃତି ଏକ ରୂପା ଜହ୍ନ , ଏଇତ ଆସୁଛି ଝଡ଼, ବିପ୍ଳବର ତୋପ, କିଛି ବ୍ୟଙ୍ଗ, କିଛି ବିରହ, କିଛି ଯନ୍ତ୍ରଣା ସବୁ ଇଚ୍ଛା ମାନେ ଯଦି ହୁଅନ୍ତି କନ୍ୟା, ଏମିତି ଅନେକ କିଛି ! କିଏ ? ପଚାରୁଛି କାହା ପାଇଁ ଏତେ ଆବେଗ, କିଏ ? ତମ କାବ୍ୟ ନାୟିକା , କଳ୍ପନା ର ମାପକାଠିରେ ଭାବନା ର ଜୁଆର, ସେ ତ କୁଳ ଲଙ୍ଘିବ ହେଲେ ପ୍ରଶ୍ନ ଏଠି କେବଳ ଏତିକି ପଡିଛି କି ? କେବେ ସାହିତ୍ୟ, କେତେ ପଢ଼ୁଛନ୍ତି ମୋ କବିତା , କିଏ ? ବୁଝୁଛି ମୋ ଭାବ ପ୍ରବଣତା କୁ କୁହନ୍ତୁ ! ମୁଁ କେମିତି ହୋଇ ପାରିବି କବି କିନ୍ତୁ ! ଥକି ନି କି କେବେ ଥକି ବି ନି କି ? ଛାଡ଼ିବି ନାହିଁ କାଗଜ ,କଲମ ଦିନେ ତ କାହାର, ମୋ କବିତାର ଗୋଟିଏ ଶବ୍ଦ କାମରେ ଆସି ପାରିବ ସେତେବେଳେ ମୋ ପ୍ରୟାସ ସାର୍ଥକତା ଲାଭ କରିବନି ଜୀବନ ମୋ ବହି ପ୍ରେମ ମୋ ଅସ୍ତ୍ର, ବାଣ୍ଟି ବା ମୋ କାମ, ପ୍ରତି କବିତା ଯୋଡ଼ି ହୋଇ ସୃଷ୍ଟି କରିବନି କିଛି ଅନାବନା ଧାଡ଼ି , ପଢିବାକୁ ଦିଅ ମତେ ଜୀବନକୁ ଅତି ନିକଟରୁ ଦେଖିବାକୁ ଦିଅ ମତେ ମୋ ପରିପାଶ୍ୱ ଚରିତ୍ର ଗୁଡିକକୁ, ଲେଖୁ ଲେଖୁ ଲେଖି ଦେବିନି ନ ! କହୁ ପଛେ ମତେ କବି , ନ ! କହୁ ପଛେ ମତେ କବି , ଏ ତ ମୋର " ଜୀବନ ସନ୍ଦର୍ଭ  "।

ରାମ ବିଶୋଇ , (କାଶ୍ୟପ) ମଦୁରାଇ, ତା-୧୫-୦୬-୧୬ ସମୟ-ରାତ୍ର,-୦୯-୦୬ ମିନିଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍