STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଜୀବନ ସାଥି,ଭବିଷ୍ଯ ଓ ନିଷ୍ପତି

ଜୀବନ ସାଥି,ଭବିଷ୍ଯ ଓ ନିଷ୍ପତି

1 min
214


ମୁଁ ବାହା ହେବାକୁ ହୁଙ୍କୁହୁଙ୍କୁ 

ଦୀର୍ଘ ଭବିଷ୍ଯତ କାମନାରେ

ନିଷ୍ପତି କେମିତି ହୋଇଥିବା ଦରକାର

ଗୋରୀ,କାଳୀ ନା ସାବନା

ମୋଟି,ଗେଡୀ଼ ନା ଡେଙ୍ଗୀ

ଭଲ ରୋଜାଗରିଆ ଝିଅ ନା

ବିଲକୁଲ ସାଧାସିଧା ଆଉ ବେକାରିଆ।


ମନ ମୋର ହାଇଁପାଇଁ 

କାହାକୁ ପଚାରିବି 

ବାପା,ଭାଇ ନା ସାଙ୍ଗ

ପଡୋ଼ଶୀ,ବନ୍ଧୁ ବାନ୍ଧବ ବା ନିଜେ ହିଁ ନିଜକୁ ।


ବଡ଼ ଆଡୁଆ ଏ କଥା

ନିଜେ ତ ବାହାହେବି ଆଉ କାହାକୁ ପଚାରିବି କିଆଁ?

ଯଦି ବୋକା ବୋଲି ଅପବାଦ ଅଥବା

ବାହାଘର ପରେ ସେୟାରଟା ମାଗନ୍ତି ।


କୋରି ହୋଇଗଲା ଦେହ ଆଉ ମନ

ଯେମିତି ଘୁଣ ପୋକ ଖାଏ

ସମୁଦ୍ରର ଉତ୍ତାଳ ତରଙ୍ଗ ପରି

ଖାଲି ଛଟପଟ,ଦିଗବଳୟ ନାଚିଲା ପରି 

କାମନାର ନିଆଁ।


ଲିଭାଇ ପାରୁଛି ନା ସହି ହେଉଛି

ସେ ଦିନ ଛଟପଟ ହୋଇ ଉଠିଲା ବେଳକୁ

ଦେଖିଲି ଝିଅଟେ 

ଗୋଟେ ଚାଉଳରେ ଗଢା଼ ତା ଶରୀର

ବେଳୁବେଳୁ କାମନା ପଡି଼ଲା ଉଠିଲା

ମୁଁ ଉଠାଇ ନେଲି ତାକୁ

ଯେଉଁଠି ବିବାହ ଚାଲିଥିଲା।


ତା ମଥାରେ ସିନ୍ଦୂର,ହାତରେ କଙ୍କଣ

ଆଉ ପାଦରେ ପାଉଁଜି ପିନ୍ଦାଇ

ଘିତି ଆଣିଲି ଘରକୁ

ଘର ପରିବାର ବିରୋଧ ସତ୍ତ୍ବେ

ସାଇତିଲି ସିନ୍ଦୂକରେ ମୋର।


ରାତିରେ ଖୋଜିଲି ଯେଉଁଟା ପାଇଁ ହୁଙ୍କୁହୁଙ୍କୁ

ଦେଖିଲି ନିରୋଳାରେ ତା ସାଇତା ଧନକୁ 

କିନ୍ତୁ ହାରିଗଲି 

ତାର ଥିଲା କ୍ଳିବତ୍ବର ପାହାଡ଼

ଯାହା ଜଳୁଥିବା କାମନା ମରିଗଲା କ୍ଷଣିକରେ।


ମୋ ଆଖିରେ ଲୁହ 

କେମିତି ଏ ଜୀବନ ସାଥି

ଭବିଷ୍ୟତ ହେଲା ଅନ୍ଧକାର

ନିଷ୍ପତି ଓ ଭୁଲ ଥିଲା କାମନାର।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍