STORYMIRROR

Biswanath Nayak

Others

3  

Biswanath Nayak

Others

ଜୀବନ ପ୍ରଦୀପ

ଜୀବନ ପ୍ରଦୀପ

1 min
199

ଜୀବନ ପ୍ରଦୀପ

ଦିକି ଦିକି ଜଳେ

ଲିଭିବ ଦିନେ ନା ଦିନେ।

ସମୟର ସ୍ରୋତେ

ସୁଖ- ଦୁଃଖ-ବାତେ

ଅସ୍ଥିର ସେ ଅନୁକ୍ଷଣେ। 


ଘଡିକି ଘଡ଼ି ତ

ଆୟୁଷ ତୁଟୁଛି

ଛିଦ୍ର-ଘଟେ ଯଥା ନୀର। 

କାହିଁକି ହେ ବନ୍ଧୁ

ମନରେ ରଖିବା

ବୃଥା ହିଂସା ଅହଙ୍କାର ?


ଫୁଲ ଫୁଟି ସିନା

ଝଡିଯାଏ ହେଲେ

ବିତରେ ବାସ ଜଗତେ। 

ମାନବିକତାର 

ବାସ ବିତରିବା

ଆସ ଆମ୍ଭେ ଜନହିତେ। 


ହସି ହସାଇବା

ସାରା ଦୁନିଆକୁ

ଯେତେଦିନ ଥିବା ରହି। 

କେ ଜାଣେ ଦୁର୍ଲ୍ଲଭ-

ମାନବ ଜନମ

ଆଉ ମିଳିବ କି ନାହିଁ ?


ଏହି କ୍ଷଣ ସିନା

ଆମହାତେ ଅଛି

ଆର କ୍ଷଣ ଅନିଶ୍ଚିତ। 

ତେଣୁ ଜୀବନର

ଏକ ଏକ କ୍ଷଣ

ବିନିଯୋଗ କର ମିତ। 


ପ୍ରତିକ୍ଷଣ ରବି

ବିତରଇ ରଶ୍ମି

ପ୍ରତିକ୍ଷଣ ବହେ ବାୟୁ। 

ଏହି କର୍ମଯୋଗ

ପ୍ରତି ମାନବର

ଜୀବନର ଦୀକ୍ଷା ହେଉ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍