STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଜୀବନ ନୌକା

ଜୀବନ ନୌକା

1 min
422


ଜୀବନ ର ଏ ମର୍ମ 

ମୁଁ ବୁଝି ନ ବୁଝି

ଦୁନିଆକୁ ନିଜର ଭାବି ଭାବି

ଆଜି ବି ପଥରୁ ବାହାରେ,

କେଉଁ ଏକ ଅଜାଣ ସମୁଦ୍ର ବକ୍ଷରେ,

ହଜାଇ ଦେଇଛି ନାଆ

ସ୍ଥଳକୁଳ ମୋ ପାଇଁ ଅଜଣା,

ଆଖି ଆଗେ ବିଶାଳ ସମୁଦ୍ର,,

ଚାଲିଛି ଅନବରତ 

ଅମାନିଆ ବତାଶ ସଂକେତେ,

ଅଜଣା ସେ କୁଳ

କେତେ ଥର ଉଠେ ପୁଣି,

ବୁଡୁଅଛି ବେଳ,,

ଡ଼ଲଫିନ ର ସାହାରାରେ

ଆଗକୁ ଆଗକୁ,

କେବେ କେବେ ସାର୍କର ହୁଏ

ଡଙ୍ଗାରେ ଟକ୍କର,

ଆଉ କେବେ ତିମି ମାରେ

ଲାଙ୍ଗୁଳ ଆଘାତ,

କେବେକେବେ ଆସୁଅଛି 

ତୋଫାନ ର ମାଡ଼,

ବିଭୀଷିକା ମୁଣ୍ଡର ଉପରେ

ଟାଇଁ ଟାଇଁ ଆକାଶରୁ

ମୋ ମଥାରେ ରବିଙ୍କ ଉତ୍ତାପ,

ପୁଣି କେବେ ସିତଳତା

ଜହ୍ନ ଆଲୁଅରେ,

ନିରୀହ ଭଷା ଜେଲିଙ୍କୁ

କରୁଛି ଆହାର,

ହେଲେ,

ହାହାକାର ଜୀବନ ଯାତ୍ରାରେ,

ସମୁଦ୍ର ର ଲୁଣିପାଣି,

କରିଦିଏ ଅଥୟ ଅଧିର,

ତୃଷାରେ ମୋ ତଣ୍ଟି ଯାଏ ସୁଖି,

ଅନବରତ ଚାଲିଛି ଚାଲିଛି,

ଯଦିକେବେ ମୋ କାଠ ଡଙ୍ଗାଟି

ବାଜି କେଉଁ ଚଟ୍ଟାଣ ଦେହରେ,

ଭାଙ୍ଗି ହେବ ଚୁର୍ ମାର୍ ,

ଉପାୟ ର ନାହିଁ ଯେ ଆଦର,

ନିଜ କପାଳକୁ ନିଜେ 

ମୁଣ୍ଡେଇ ଧରିଛି,

ଜୀର୍ଣ୍ଣ କାୟ ଶୀର୍ଣ୍ଣ ମୋ ଶରୀର

ସତେକି ରଙ୍କ ଟିଏ ମୁଁ

ଜୀବନ ସଗାରେ

ମୃତ୍ୟୁ ସାଥେ ଖେଳୁ ଅଛି ଖେଳ,

ବୁଡ଼ୁଛି ଉଠୁଛି ମୋର

ଜୀବନର ବେଳ,

ମୁକ୍ତି ନାହିଁ 

ନାହିଁ କିଛି ଯୁକ୍ତି,

ନିର୍ଦ୍ଧାରଣ ବେଳକୁ ମୋ

ଆପେକ୍ଷି ବସିଛି,,

ଆସିବ କେବେଜେ ସେହି

ଅଜଣା ସହର,

ଭଷା ଡଙ୍ଗାଟି ମୋହର

ଲଗାଇବ କୁଳ,

ମୁକ୍ତ ହେବି ସାଗର ବକ୍ଷରୁ,

କିବା ମିଳିଯିବ ମତେ

ମୃତ୍ୟୁ ର ସେ ହାଟ

ଅନ୍ଧାର "ନିୟନ୍ତା" ତାର,

ଖୋଲିବ କବାଟ ll



Rate this content
Log in