STORYMIRROR

Usharani Sahoo

Others

4  

Usharani Sahoo

Others

ଜୀବନ ନାଉରୀ

ଜୀବନ ନାଉରୀ

1 min
225

ଜନମ ମରଣ ଦୁଇଟି ଦିନର

ମଝିରେ ଯନ୍ତ୍ରଣା ଯୁଇ

ଏ ଭବ ସାଗରୁ ପାରିକର ପ୍ରଭୁ

ହାତକୁ ଦିଅ ବଢ଼ାଇ।


ମିଛର ସଂସାରେ ମାୟା ବନ୍ଧନରେ

ସତେକି ପଡ଼ିଛି ମୁହିଁ

କେମିତି ହେ ପ୍ରଭୁ ଉଦ୍ଧାର ହୋଇଵି

କୁହତ କଳା ଗୋସେଇଁ।


ମୋହ ଅହଂକାର ଭରା ଏ ସଂସାର

ମନକୁ କରିଛି ବିଷ

ମୋ ଜୀବନ ରଥ ହୁଏ ଛଟପଟ

ଅନ୍ତେ ଭରି ରାଗ ରୋଷ।


ତୁମର ସୃଷ୍ଟିରେ କାହିଁକି ହେ ପ୍ରଭୁ

ମୋହର ଏ ଅନ୍ଧକାର

ତୁମେ ସୃଷ୍ଟିକର୍ତ୍ତା ତୁମେ ରକ୍ଷାକର୍ତ୍ତା

ଛଳନା କାହିଁକି କର।


ଜୀଵନ ଯନ୍ତ୍ରଣା ହେଲାଣି ଅସହ୍ୟ

ଆଉ ତ ପାରୁନି ସହି

ଜୀବନ ନାଵର ତୁମେ ମୋ ନାଉରୀ

ପାରିକର ଭାବଗ୍ରାହୀ।


ମଝି ଦରିଆରେ ଗଭୀର ଗଣ୍ଡରେ

ନିଃଶ୍ୱାସ ଖୋଜୁଛି ମୁହିଁ

କୃପାର କାତକୁ ଦୟାକରି ପ୍ରଭୁ

ଉଦ୍ଧାର କର ସେ ସାଇଁ


ଏ ବିଶାଳ ସୃଷ୍ଟିରେ ମୁଁ କ୍ଷୁଦ୍ର ପ୍ରାଣୀ

ଦୃଷ୍ଟି ଜମା ପାଉନାହିଁ

ଟିକି ହାତ ମୋର କିପରି ପାଇବ

ସ୍ୱର୍ଗକୁ ରହିଛି ଚାହିଁ।


ଆହେ ଚକାଡୋଳା କରୁଅଛ ଲୀଳା

କୃପାକର କୃପାସିନ୍ଧୁ

ତୁମରି ଆଶିଷ ଢାଳିଦିଅ ପ୍ରଭୁ

ଦୟାକର ଦୀନବନ୍ଧୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍