STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଜୀବନ ନାଥ

ଜୀବନ ନାଥ

1 min
278

ଆତ୍ମା ସହ ପରମାତ୍ମାର ମିଳନ

ବଡଦାଣ୍ଡେ ଯାଇ ଦେଖ

ବରଷକେ ଥରେ ଆସିଲେ ପଞ୍ଚକେ

ଜଗନ୍ନାଥ ନାମ ଡାକ।

ଅନେକ ଜନ୍ମର ପାପ ଯାଏ କ୍ଷୟ

ପୂଣ୍ୟ ମିଳେ ଏହି ଧାମେ

ହବିଷ ପାଳନ କରି ଶୁଦ୍ଧି ଜନ

ପଞ୍ଚକ ପାଳନ୍ତି ପ୍ରେମେ।

ସଂସାର ବନ୍ଧନ ଭବ ମାୟା ଜାଲ

ବାନ୍ଧି ରଖିଥିଲା ମନ

କାଟି ଭବପାସ ଧନ୍ୟ କଲେ, ଦାସ

ଧନ୍ୟ ଆଜି ଏହି ଦୀନ।

ଦିଅହେ ଶକତି କରିବି ଭକତି

ଭଜୁଥିବି ତୁମ ନାମ

ମୁଖରେ ଭଜନ କର୍ଣ୍ଣରେ ଶ୍ରବଣ

କରୁଥିବି ରାଧାଶ୍ଯାମ।

ପଦ୍ମପାଦେ ମତ୍ତି ଜାଳି ଭକ୍ତି ବତୀ

କରିବି ମୁଁ ପାଦପୂଜା

ନୟନ ନୀରରେ ଧୋଇ ଆନନ୍ଦରେ

ନାଚିବି କାଳିଆ ରାଜା।

ତୁମେ ମୋର ଗତି ତୁମେ ମୋ ମୁକତି

ତୁମେ ମୋ ଜୀବନ ନାଥ

ଅନ୍ଧାରେ ଆଲୁଅ ଅଜ୍ଞାନରେ ଜ୍ଞାନ

ତୁମେତ ସକଳ ପଥ।


Rate this content
Log in