STORYMIRROR

Biswanath Nayak

Others

4  

Biswanath Nayak

Others

ଜୀବନ କଳସ

ଜୀବନ କଳସ

1 min
568

ମଣିଷର ହାତେ ଜୀବନ କଳସ

           ସଦା ସୁଧାରସେ ଭରା। 

ତଥାପି ମଣିଷ ଜାଣି ଶୁଣି କିଆଁ

            ପିଏ ବିଷୟା ମଦିରା ।


ଯେତେ ପିଇଲେ ବି ଆହୁରି ସେ ଚାହେଁ

            ମେଣ୍ଟେ ନାହିଁ ତା'ର ଶୋଷ। 

କ୍ଷଣିକ ଆନନ୍ଦେ ଉନ୍ମତ୍ତ ହୋଇଣ

             ପିଏ ହଳାହଳ ବିଷ। 


ସୁଖ ବୋଲି ଭାବି ସାଉଁଟେ ଯାହାକୁ

            ତାହା ହିଁ ଦୁଃଖର ବାସ। 

ଆପଣାର କର୍ମ ଦିଏ ସୁଖ ଦୁଃଖ

             ନିୟତିର କିବା ଦୋଷ ।


କର୍ମଟି ଅଟଇ ଯୋଗ ଓ ସାଧନା

              କର୍ମରୁ ହୁଏ ବିକାଶ । 

ସୁକର୍ମେ ମିଳଇ ପାବନ ପୀୟୁଷ

              କୁକର୍ମେ ମିଳଇ ବିଷ । 


 ସୁକର୍ମ ବଳରେ ଜୀବନ କଳସୁ

               ପାନ କର ସୁଧା ରସ। 

ଜୀବନ ଲାଗିବ ସହଜ ସୁନ୍ଦର

               ରହିବନି ଅବଶୋଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍