ଜୀବନ ଜ୍ଵାଳା
ଜୀବନ ଜ୍ଵାଳା
ଏ ଯେଉଁ ଅଗ୍ନିରେ ଜଳୁଛି ଶରୀର,
ଦୃଶ୍ୟ ହୁଏନାହିଁ ଶିଖା ତାହାର,
ଅସହ୍ୟ ପୀଡ଼ାରେ ଛଟପଟ ହୃଦ,
ଯନ୍ତ୍ରଣାରେ ଅବା ହେବି ମୁଁ ଉନ୍ମାଦ!
କଳା ଦିଶେ ମୋର ସାରା ଶରୀର,
ତଥାପି କହନ୍ତି ସଭିଏଁ ମୋତେ,
ସଭିଙ୍କଠାରୁ ମୁଁ ଅଟେ ସୁନ୍ଦର,
ଦେଖିଛ କି ଅବା ଶୁଣିଛ କେହି,
ଯେପରି ଅବସ୍ଥା ମୋ ଶରୀରର ।
ଧରା ଉପରେ ଏ ଜୀବନ ଯାତ୍ରା,
ଅଙ୍ଗାର ଉପରେ ଚଲା ଅବସ୍ଥା,
କୋଟି ତପସ୍ୟାର ଫଳ ଏ ମାନବ,
ସବୁ ଜୀବଠାରୁ ଶ୍ରେଷ୍ଠ ଏହି ଜୀବ,
ବିତିଯାଏ ଦିନ ଶୁଣି ପ୍ରବଚନ,
ଲୁହ, ସ୍ଵେଦ, ରକ୍ତପାତର ଜୀବନ,
ଦୁଇ ଦିନର ଏ ଧରଣୀ ଭିତରେ,
ସୁଖ ମିଳେ ମାତ୍ର ଦୁଇ ପଳରେ ।
ଦୁଇ ପଳ କଥା ମନେ ପକେଇ,
ବାକି ସବୁ କଥା ଦେଉ ଭୁଲେଇ ।
ହସ ଲାଗେ ମୋତେ ଶୁଣି ଏ ଗୀର,
ଦୁଇ ମୁହୂର୍ତ୍ତର ସୁଖ ଭୋଗ କରି,
କହନ୍ତି ଦୁନିଆ ଅତି ସୁନ୍ଦର ।
ଡା ସୁବାସ ଚନ୍ଦ୍ର ରାଉତ
୭୯୭୮୦ ୫୯୮୫୧
