STORYMIRROR

Arundhati Jena

Others

3  

Arundhati Jena

Others

ଜୀବନ ହାଟ

ଜୀବନ ହାଟ

1 min
166

ଜୀବନ ହାଟରେ ସଉଦା କରିବା

   ଏତେ ସହଜ ନୁହଁଇ

ହେ ନଟଖଟିଆ ଆହେ ଚକାଡୋଳା

   ଉଦ୍ଧାର କର ହେ ତୁହି।


ଏତେ ମୂଲଚାଲ ଜୀବନ ହାଟରେ

   ଜୀଇଁବା ପଡେ ମହଙ୍ଗା

ଆହେ ଭାବଗ୍ରାହୀ ପଥ ଦେଖା ତୁହି

  ସହଜ କରିଦେ ଜୀଇଁବା।


ସହଜ ନୁହଁଇ ଲୋକଙ୍କୁ ଚିହ୍ନିବା

  ଲାଗେ ସବୁ କିଛି ଅଜଣା

ସମ୍ପର୍କଟା ଏଠି ସତ୍ତା ହରେଇଛି

  ହଜିଗଲାଣି ତା ଠିକଣା।


ନିତି ପ୍ରତିଦିନ ସମ୍ପର୍କର ଏଠି

  ଦରଦାମ ସ୍ଥିର ହୁଏ

ଯାହା ପାଖେ ଏଠି ଅର୍ଥ ବହୁତ

  ସିଏ ପୁଣି କିଣି ନିଏ।


ପ୍ରତ୍ୟେକ ମୁହୂର୍ତ୍ତ ନାଗଫାଶ ଭଳି

  ଗଳାରେ ଯେ ଲାଖି ଯାଏ

ଅନିଶ୍ଚିତତାରେ ଜୀବନ ଦୁର୍ବିସହ

  ମନ ଖାଲି ଜଳୁଥାଏ।


କେମିତି ବଞ୍ଚିବି କହ ଚକା ଆଖି

  ଭରସାରେ ତୋର ଅଛି

ହାତ ଧରି ମୋର ବାଟ ଚାଲୁଥିଲେ

  ଭୟ ନାହିଁ ମୋର କିଛି।


 ହାତ ଧରି ମୋର ଯେବେ ତୁ ଆଣିଛୁ

   ବାହୁଡ଼ାଇ ନେ ତୁହି

ତୋ ବିନାରେ ଧନ ସବୁ ଲାଗେ ଶୂନ୍ୟ

  ଜୀଇଁବା ମୋ ଲୋଡା ନାହିଁ।


କରୁଛି ପ୍ରଣତି ଘେନ ମୋ ମିନତୀ

    ଆହେ ପ୍ରଭୁ ଚକ୍ରଧର

ଜୀବନ ହାଟରୁ ଟାଣି ନେଇ ପ୍ରଭୁ

   ଜଞ୍ଜାଳରୁ ପାରିକର।

   


ଜୀବନ ହାଟରେ ସଉଦା କରିବା

   ଏତେ ସହଜ ନୁହଁଇ

ହେ ନଟଖଟିଆ ଆହେ ଚକାଡୋଳା

   ଉଦ୍ଧାର କର ହେ ତୁହି।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍