STORYMIRROR

Sunita Barik

Others

4.3  

Sunita Barik

Others

ଜୀବନ ଏମିତି

ଜୀବନ ଏମିତି

1 min
322


ପ୍ରତି ଟି ମୂହୁର୍ତ୍ତ ସକାଳ ରୁ ସଂଜ

ଦିବାଲୋକରୁ ରାତ୍ରାଲୋକ

ଜୀବନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ

ସବୁ କିଛି ପାଇବାର ଅଭିଳାଷ

ପୁଣି କିଛି ନ ପାଇବାର ଆତ୍ମଗ୍ଲାନି

ଏସବୁ ଭିତରେ ଅହରହ

ଜୁଝୁଥିଵା ମଣିଷ ଟି ଏ


କେବେ ନୀଳ ଆକାଶ ର ନୀଳିମାକୁ

ହାତ ପାପୁଲିରେ ମୁଠେଇ ଧରି

ଆକଣ୍ଠ ଉପଭୋଗ କରିବାର

ଦୁର୍ବାର ଆଶା ତ ପୁଣି କେବେ

ବିହ‌ଙ୍ଗ ପରି ଡେଣା ଝାଡି ମୁକ୍ତ

ଆକାଶବ‌କ୍ଷ ରେ ଉଡି ଵୁଲିବାର

ପ୍ରଵଳ‌ ଆଗ୍ରହ


ଇଛା ଅସୁମାରୀ

ସେସବୁକୁ ଆଞ୍ଜୁଳାଆଞ୍ଜୁଳା

କରି କେଉଁଠି ସାଇତି

ରଖିବାର ଛୋଟ ଛୋଟ ପ୍ରୟାସ

ନିରୁତ୍ତା ଖୁସି ସବୁବେଳେ କ'ଣ

ପାଇହୁଏ ନା ନପାଇବାର ଦୁଃଖ କୁ

କାହା ଆଗରେ ବଖାଣି ହୁଏ


କହିଦେଲେ କାଳେ ମନର ଭାରିପଣ

ସବୁ ଦୂରେଇ ଯାଏ

ହେଲେ କାହିଁ ଏଠି ସେମିତି ଅନ୍ତରଙ୍ଗ

କେହି

ଯେ ନକହି ବି ବୁଝିନବ

ମନର ଅବ୍ୟକ୍ତ କଥା ସବୁକୁ


ନିରବ ରେ ରହି ମନର

ଗହନଵ୍ୟଥା ରେ ମଲମ ଲଗେଇ

ପାରୁଥିବା ଅଦୃଶ୍ୟ ଶକ୍ତି

ଯେ କି ଅଦୃଶ୍ୟ ରେ ଥାଇ

ପୂରା କରିପାରୁଥିବ ବାଞ୍ଛିତ

ଇଛା ସବୁ କୁ


ଏମିତି ବି କିଛି କଥା

ଯାହାର ଅଭିବ୍ୟକ୍ତି ଅସମ୍ଭବ

କେବଳ ଅନୁଭବ ହିଁ

ତାର ମାନଦଣ୍ଡ

ସବୁ ଇଛା ଅନିଚ୍ଛା କୁ ଆଡେଇ

ଯିବାକୁ ହୁଏ

ଆଉ ବାଟ ଚାଲିବାକୁ

ହୁଏ

କାଳେ ଏଇ ତ ଜୀବନ ଵୋଧେ!

(ସୁନିତା ବାରିକ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍