ଝୁରୁଛି ମୁଁ
ଝୁରୁଛି ମୁଁ
1 min
400
ଅତୀତର ସ୍ବାକ୍ଷର
ଲେଖି ମୋର ବକ୍ଷେ
ଆନନ୍ଦିତ ହୁଅ ତୁମେ,
କିନ୍ତୁ
କେବେ ଦେଖିଛ କି
ମନ ତଳେ ମୋର
ଜଳୁଛି ଯେ ନିଆଁ
ରାଜଉଆସ ଅବା
ରାଣୀ ଅନ୍ତପୁର
ହୋଇଛି ମୋପାଇଁ
ଚୁପଚାପ ଆଉ ଶୁନଶାନ ।
ଯାହାପାଇଁ ଥିଲା ମୋର ଗର୍ବ
ସେମାନେ ଯେ ହଜିଗଲେ
କାଳର ସୁନାମି କୋଳେ
ମୁଁ କିନ୍ତୁ ରହିଗଲି
ସବୁଦିନ ଏକା ଆଉ ଏକା ।
ଆସୁଛ ଯାଉଛ ଦେଖୁଛ
ଉପଭୋଗ କରୁଛ ମୋ
ସୁନ୍ଦରତାକୁ,କିନ୍ତୁ
ମୋ କଥା ଭାବିଛକି କିଏ
ଭାବୁଥିଲେ ଯିଏ
ନାହାନ୍ତି ତ ସିଏ,
ଝୁରୁଛି ମୁଁ ଅବିରତ ।
ଅଧୁରା ସ୍ବପ୍ନକୁ ହୃଦୟରେ ଚାପି
ରହିଛି ମୁଁ ଚାହିଁ
କେବେ ମିଶିଯିବ
ମୋର ଅବୟବ
କାଳର କରାଳ ବକ୍ଷରେ ।
