STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଝର୍କା ସେପାଖ ପୃଥିବୀ

ଝର୍କା ସେପାଖ ପୃଥିବୀ

1 min
357



ମୋ ଝର୍କା ଏପାଖ
ନିଃଶବ୍ଦ ନିଃଶ୍ଵାସର ସୀମାହୀନ ମରୂବାଲି..
ଆଉ ସେପାଖ ତୁମ ରାଣୀହଂସ ପୁର ର
ଦୋଳାୟମାନ ଫଗୁଣ ସବୁ ଝରି ପଡୁଥିଲେ ଝୁଲି ଝୁଲି..
ମୁଁ ନିଜ ଦେହେ ଯେବେ ଚନ୍ଦନ ବୋଳିଦେଇ ପବନ କୁ ଧରିବାକୁ ଦୌଡିଗଲି..
ଦେଖିଲି..
ଝର୍କା ସେପାଖୁ ମଳୟ କୁ ଢକଢକ କରି ପିଇ ଚାଲିଥିଲା ଚୋରାବାଲି..
କୁସୁମ ନୀରବ ଆଉ ତା ମହକ ବି ଚୁପ୍‌ଚାପ୍ ନିରବଦ୍ରଷ୍ଟା ..
ଯେବେ ଅତ୍ୟାଧୁନିକ ଜୀବନଶୈଳୀ ହଣ୍ଟର ମାଡ ରେ ମିଛରେ ମିଛରେ ହସି ଚାହୁଁଥିଲ ତୁମେ ବୁଲିବୁଲି..
ତୁମ ହୃଦୟ ଭିତର କାନ୍ଦ ଦେଖିନେଇ ମୁଁ ସବୁତକ ଦୁଃଖ ପଢିଗଲି..
ବୋଧେ ବନ୍ଦୀ ହେବା ର ଯନ୍ତ୍ରଣା ସବୁ ହାତ ଆଙ୍ଗୁଠି ରେ ମାପିଥିଲି ..
ବେଦ ପୁରାଣ କୁ କଣ୍ଠସ୍ଥ ଥିଲି ବୋଲି କ୍ଷଣିକ ରେ ସବୁ ବୁଝିଗଲି..
ସେଠି ସୌନ୍ଦର୍ଯ୍ୟର ଚୌକିଦାର ସାଜିଥିବା ଜହ୍ନଆଲୁଅ ବି ଘାଇଲା ଥିଲା
ତୁମ ଚକମକ ସଭ୍ୟତା ର ଅନ୍ଧାରୀ ବାଟ ରେ ଚାଲିଚାଲି..
ଦୂର ପାହାଡ ର ଶାନ୍ତି ଅନ୍ୱେଷଣ ଆଖିର ଚମକ ବଢେଇ ଚାଲିଥିଲା ଖାଲିଖାଲି ..
ଓହୋଃ... ଭଲ ହେଲା
ଚାରି କାନ୍ଥ ମୋର ବନ୍ଧୁ ପରିଜନ ମୋ ସାଥେ ଥିଲେ..
ସତ୍ୟ - ଶାନ୍ତି ଆଉ ଦୟା- କ୍ଷମା ହେଇ
ଖେଳୁଥିଲେ- ବୁଲୁଥିଲେ- ବସୁଥିଲେ -ହସୁଥିଲେ..
ଆଉ ମୁଁ ଭଲ ଥିଲି..
ତୁମ ଝର୍କା ସେପାଖ ପୃଥିବୀ କେମିତି ବା ତାକୁ ଦେଖିଥାନ୍ତା ଯେ..??
ମୁଁ ପରା ତୁମ ହାତବୁଣା ଅହଂକାର ପରଦା ଝରକା ଉପରେ ଢାଙ୍କିଥିଲି..
ବାସ୍ ତୁମ ଚାକଚକ୍ୟ ର ବର୍ଣ୍ଣିଳ ପୃଥିବୀ ଧୂଆଁଳିଆ ଆଉ ଧୂସର ଲାଗୁଥିଲା
ଏବେ ବେଶି ବେଶି ହସୁଥିଲା ତୁମକୁ ଜାଳି ଜାଳି..
ଆଉ ମୁଁ ପ୍ରାପ୍ତି ର ଚରମ ଆନନ୍ଦ ରେ ମନ ଖୋଲା ହସ ହସୁଥିଲି
ମୋ ଦଦରା କୁଡିଆ ଚାଳ ଛପର ଦୋହଲାଇ ଖିଲିଖିଲି...


Rate this content
Log in