ଝରକା ଆର ପାଖ ଦୁନିଆ
ଝରକା ଆର ପାଖ ଦୁନିଆ
ଝରକା ଆରପାଖେ ,
ବହୁଥିବା ଥିରି ଥିରି ଅମାନିଆ ବାଆ,
ଗ୍ରୀଲ୍ ଫାଙ୍କ ଦେଇ କାନରେ ଫୁଙ୍କି ଯାଉଥିଲା,
ସଙ୍ଗେ ବୋହି ଆଣିଥିବା,
ଦୂର ମନ୍ଦିରରୁ ସଞ୍୍ଜ ଆଳତୀ ର ଶବ୍ଦ,
ଆଉ ପୁଣି ମସଜିଦ ମିିିିନାରରୁ ଧୀର ନିମନ୍ତ୍ରଣ ଟିଏ,
ମତେ ଅବଗତ କରାଇବାକୁ ରବିର ଅସ୍ତ ଗମନ।
ଝରକା ଆର ପାଖେ,
କଜଳ ପାତିିଆ ବାଦଲ ଖଣ୍ଡ ଗୁୁୁୁୁୁଡ଼ିକରେ ,
ଲୁଚକାଳି ଖେଳୁଥିଲେ,
ସହସ୍ର ଜଣା ଅଜଣା ଗ୍ରହ , ନକ୍ଷତ୍ର ମାନେ,
ସତେ ଯେପରି ମାଳ ମାଳ ଖଦ୍ୟୋତ ,
ଆକାଶରେ ଡେଣା ମେଲି ଘୁରି ବୁଲୁଥିଲେ,
ରାତି ର ଆଗମନେ ହୋଇ ଆନନ୍ଦ ବିିିଭୋର ।
ଝରକା ଆର ପାଖେ,
ଦଣ୍ଡାୟମାନ ସୁଉଚ୍ଚ ଅଟ୍ଟାଳିକା ମାନ ,
ଦୁଲୁକୁ ଥିଲେ ନୃତ୍ୟ ଗୀତ ଆସରରେ,
ଉଜ୍୍ୱଳମୟ ଦିଶୁଥିଲେ ,
ରଙ୍ଗ ବେରଙ୍ଗ ଆଲୁଅରେ,
ସେଇ ତେଜିିିୟାନ ଆଲୋକର ,
ପ୍ରତିବିମ୍ବ ଆଢ଼ୁଆଳରେ ଲୁଚି ଯାଉଥିଲା,
ହସ ହସ ଚେହେରା ପଛରେ ଥିବା ଯନ୍ତ୍ରଣା ସବୁ।
ଝରକା ଆର ପାଖେ,
କେତେ ଯେ ଟଳ ଟଳ ପାଦ ,
ଢଳ ଢଳ ରକ୍ତିମ ଆଖିିିଡୋଳା ,
ବିଷାକ୍ତ ଦେଶିି ବିଦେଶି ପାଟିର ଦୁୁୁୁର୍ଗନ୍ଧ ,
ବିଷମୟ କରି ପକୋଉଥିିିଲା ଅଗଣିତ ସଂସାର,
ସେ ସଂସାରେ ଛଟ ପଟ କୋମଳ ଶୈଶବ,
ଅବସାଦ ଗ୍ରସ୍ତ ହୃଦୟ ଓ ସିନ୍ଥିର ସିନ୍ଦୂର ।
ଝରକା ଆର ପାଖେ ,
ରାତ୍ରିର ଅନ୍ଧକାରେେ,
ସୂୂର୍ଯ୍ୟ ର ପ୍ରଖରତାରେ ସାଧୁବାଦର ଡିଣ୍୍ଡିମ ପିଟୁଥିବା,
କେତୋଟି ମୁଖୁଟା ପିିନ୍ଧା ଚେହେରାର ,
ସାଦରେ ମୁୁୁଖା ଖୋଲୁଥିଲେ ,
ସହର ତଳ ବଦନାମ ଗଳିିର ସେ,
ଫୁୁଲ ସଜା ମହ ମହ ବାସୁଥିବା କୋଠରୀ ।
ଝରକା ଆର ପାଖେ,
ରାସ୍ତା କଡ ବତି ଖୁୁଣ୍ଟ ତଳେ ,
ଆଶ୍ରୟରତ ବାସହୀନ ବୁୁୁଲାବିକାଳିି ଗଣ,
ଟଲି ତଳେ ପାଲରେ ବିକ୍ରୟ ସାମଗ୍ରୀ ଢାଙ୍୍କକି ରଖି,
ଉପରେ ଚାଦର ଘୋଡି ହୋଇ ନିଘୋଡ଼ ନିଦରେ,
ଉପହାସ କରୁଥିଲେ,
ମୁଦ୍ ଗର , ହୋଟେଲ ଓ ପଥିକ ଆଶ୍ରୟସ୍ଥଳୀ ଗୁଡିକୁ।
ଝରକା ଆର ପାଖେ ,
ସ୍ୱର୍ଣ୍ଣିିମ ଚାଦର ବିଛେଇ ଦେଲା ସୂର୍ଯ୍ୟ,
ଲୁଚେଇ ଦେଲା ସବୁତକ ଅନ୍ଧକାର ତଳ ଆବର୍ଜନା,
ଫୁଟେଇ ଦେଲା ମନୋମୁଗ୍ଧକର କମଳ,
ପାଖୁଡ଼ା ପାଖୁଡ଼ାରେ ଭରିଦେଲା ଆଶାର ଆଲୋକ,
ରଜନୀର ରାଜତ୍ୱ ଫିକା ପଡ଼ିଗଲା ଦିବସ ଜ୍ୱଳାରେ ।
