STORYMIRROR

Dr Baman Chandra Dixit

Others

4  

Dr Baman Chandra Dixit

Others

ଝରା ତୁଳସୀ

ଝରା ତୁଳସୀ

1 min
382

ଝରା ତୁଳସୀ ତୋ ଅଙ୍ଗୁ ଯେପରି

ଝରି ଯାଆନ୍ତା କି ପ୍ରାଣ ମୋ ହରି।।


ଝୁରୁ ଥିବି ତୋରେ ଗୁଣ ସୁମରି,

ଝରେ ନିର୍ଝର ଝରଣା ଯେପରି।।


ଝାଞ୍ଜି ପବନ ଏ ଜୀବନ ଜାଲ,

ଝିପି ଝିପି ବର୍ଷା କରୁଣା ଧାର।।


ଝଟକେ ଶ୍ରୀମୁଖୁଁ ଜ୍ୟୋତି ସୁନ୍ଦର,

ଝଟତି ଅଟକେ ମତି ମୋହର।।


ଝୁମୁରୁ  ଝୁମୁରୁ ବାଜେ ପାଉଁଜି ,

ଝୁମି ଯାଏ ମନ ସେ ତାନ ହେଜି।।


ଝାଞ୍ଜ କରତାଳ ଶବଦ ଯେତେ,

ଝଙ୍କୃତ ହୁଏ ମୋ ହୃଦୟେ କେତେ।।


ଝରା ଫୁଲ ଝରି ଯିବ ଟି ଦିନେ,

ଝିଟ ଜୀଵ ମିଶି ଯିବ ପରମେ।।


ଝାଉଁଳି ପଡିଲେ ମର ଶରୀର,

ଝିଙ୍କି ନେବେ ଚିଲ ଶ୍ବାନ ଶୃଗାଳ।।


ଝଙ୍କା ଗଛ ତଳେ ଛାୟା ବିଳାସ,

ଝରା ପତରକୁ ନାହିଁ ବିଶ୍ବାସ।।


ଝୁରେ ମନ ଝରେ ନୟନୁ ନିର,

ଝିଙ୍କି ନେଏ କୋଳେ କଳା ଠାକୁର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍