STORYMIRROR

Rajashree Acharya

Others

3  

Rajashree Acharya

Others

ଝରା ସ୍ୟାହି

ଝରା ସ୍ୟାହି

1 min
211


କବିତା ର ଶୀର୍ଷକକୁ ଖୋଯିବା ନିମନ୍ତେ

ଯାଇଥିଲା କବି ମନର ଗଭୀର ମରୁଭୂମି ତଳେ

ପହଁଚି ଗଲା ସେ ଝରା ସ୍ୟାହି ଝରଣା ର କୂଳେ


ଟପଟପ ଝରୁଥିଲା ଝରଣା, ସେଇ କବିତାର ସୁରେ

ଏକ ଅଜଣା ରାଜ୍ୟ ର ବାସିନ୍ଦା ଥିଲା,ମନ ବିଭୋରେ

ବିହ୍ୱଳ ହୃଦୟର ଚକିତ ଦୃଶ୍ୟ,ଉନ୍ମୋଚିତ କରେ ସହସ୍ର ରହସ୍ୟ

କୋକିଳର କାକଳି ନିନାଦ, ଗୁଣ୍ଡୁଚିର ସେ ଅପାସୋରା ବିବାଦ ଅବଶ୍ୟ


ଘନ ଗହନ ବନ ରେ ବିତ୍ପାତ ଶ୍ରାବଣ ଧାରା

ଅଶ୍ରୁମୟୀ ପ୍ରେମୀକାର ମଦ ମାଦକତାର ସୁରା

ଝରିଯାଇଥିଲେ ପ୍ରେମ ର କଳ୍ପନାକୃତ ସହର ସନ୍ଧାନ

ସବୁଜିମା ର ସ୍ଵସ୍ଥ ସ୍ୱପ୍ନନେ ବିଚରିତ ଏ ଅଦ୍ଭୁତ ମନ


ନିସିଥ ଉପସ୍ଥିତ ,ଶୀତଳ ବାୟୁ ବିଚରିତ

ଝରା ସ୍ୟାହି ର ପ୍ରଥମ ଭାଗ ଏଠାରେ ସମାପ୍ତ

ଫେରିଆସିଥିଲା ମନ ମୌନି, ମନମରୁଭୂମି ତଳେ

ଝରି ଆସିଥିଲା ଲେଖନିରୁ, ଝରା ସ୍ୟାହି ଝରଣା କୋଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍