ଝରା ଶେଫାଳିର ହସ
ଝରା ଶେଫାଳିର ହସ
1 min
117
ସଞ୍ଜରେ ଫୁଟି ସେ ଯାଏ ମଉଳି
ନାଆଁଟି ତା'ର ଗଙ୍ଗଶିଉଳି
ବାସନାରେ ଭରିଥାଏ,
ଈଶ୍ୱରଙ୍କ ପଦେ ଲାଗିବା ଆଗରୁ
ସକାଳେ ସେ ଝଡ଼ିଯାଏ ।
ତଥାପି ମନେ ଖୁସି ହେଉଥାଏ
କାହା ହାତେ ଧରା ଦେବ,
ଧରା ଦେଇ ସେ ଈଶ୍ୱରଙ୍କ ପାଦେ
ନିତି ଶୋଭା ପାଇବ ।
ବୃନ୍ତରୁ ଚ୍ୟୁତ ହେଲା ପରେ ସେ
ହରାଇ ନ ଥାଏ ନିଜ ବିଶ୍ୱାସ,
ଝରି ଝରି ସେ ଲୋଟି ପଡଇ
ମାଟି ମା' ର ପାଶ ମୁଖେ ଫୁଟାଇ ହସ ।
ଆଖିରେ କେତେ ସପନ ଆଣି
ନିଜକୁ ଭୁଲି ଥାଏ,
ତଥାପି ବାଣ୍ଟେ ମଧୁର ବାସ୍ନା
ବାସି ଚଉଦିଗ ଚହଟାଏ ।
ମୂଢ଼ ମଣିଷ କିଛି ବୁଝେ ନାହିଁ
ବାହାର କରେ ଦୋଷ,
ହସି ହସାଇ ଦୁଃଖ ସହିଲେ
ସଭିଏଁ ହେବେ ବଶ ।
