STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

ଜହର

ଜହର

1 min
350

ଅନାହାରେ ମାଆ ସନ୍ତାନ ବିକିବା,

ବଡ ବିଚିତ୍ର ଏ ଦୃଶ୍ୟ ମହୀରେ।

ଗର୍ଭେ କ୍ଷୁଧାନଳ ଲଗାଏ ଅନଳ,

ନାହିଁ ଜଗତେ ବର୍ତ୍ତିବ କେହିରେ।।


କାମାନ୍ଧ ପୁରୁଷ ଦେହ ଭୋକ ପାଇଁ,

କୁକର୍ମ କୁ ଯେବେ ଆଦରି ନିଏ।

ନିରୀହା ଦେହରେ କଳଙ୍କ ସହିତ,

କଳୁଷରେ ନିଜ ଦେହ ରଙ୍ଗାଏ।।


ଆଶା, ଆକାଂକ୍ଷା ର କ୍ଷୁଧାରେ ମଣିଷ,

ମାନବିକତାକୁ ଭୁଲି ଯାଉଛି।

ସ୍ବାର୍ଥପରତାର ସ୍ବଭାବେ ଏ ଜାତି,

ସୃଷ୍ଟିର ନିୟମେ ବାଧା ସାଧୁଛି।।


ଜ୍ଞାନର ପିପାସା ଥିଲେ ଶିଷ୍ୟ ଠାରେ,

ବିକଶିତ ହୁଏ ସେ ପୁଷ୍ପ ପରି।

ଅଜ୍ଞାନତା ଅନ୍ଧକାରରେ ମନୁଷ୍ୟ,

ରସାତଳଗାମୀ ହୁଏ ଯେପରି।।


ପ୍ରେମ ଯେବେ ସାଜେ ପ୍ରେମିକର ଭୋକ,

ପ୍ରତିହିଂସା ଭାବ ହୁଅଇ ଜାତ।

ବିଶ୍ବାସ କାହାର ବିଲୁପ୍ତ ହୁଅଇ,

ନିରୀହ ହୃଦୟ ଲଭଇ କ୍ଷତ।।


ଗର୍ବ, ଅହଙ୍କାର କ୍ଷୁଧା ହିଁ ଜହର,

ନାଶ କରିଦିଏ ବୁଦ୍ଧି, ବିବେକ।

ଆତ୍ମ ବଡିମାର ଗାଥା ଯେ ଶୁଣାଏ,

ମନେ ସଦା ତା'ର ସମ୍ମାନ ଭୋକ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍