ଜହ୍ନର ଠିକଣା
ଜହ୍ନର ଠିକଣା

1 min

179
ଜହ୍ନ ଗୋ ତୁମେ ଚିରା ଚାଳ ଫାଙ୍କେ
କେବେ ଦାରିଦ୍ର୍ୟତା ଚିହ୍ନ
ଜହ୍ନ ପୁଣି ତୁମେ କଇଁର ଆଖିରେ
କେତେ ଯେ ଅଦେଖା ସ୍ୱପ୍ନ
କେବେ ଶଶକର ପ୍ରଶ୍ନ
ଜହ୍ନ ଗୋ ତୁମେ ଜହ୍ନି ଫୁଲ ପାଇଁ
ମିଳନର ମଧୁ ଲଗ୍ନ
ଜହ୍ନ ଗୋ ତୁମେ ଆକାଶ କପାଳେ
କେବେ ସ୍ୱୀକାରର ବିନ୍ଦୁ
ଜହ୍ନ ପୁଣି ତୁମେ ନକ୍ଷତ୍ର ମଣ୍ଡଳେ
ରୋହିଣୀଙ୍କ ପ୍ରାଣ ବନ୍ଧୁ
ପିତା ଯେ ତୁମର ସିନ୍ଧୁ
ଜହ୍ନ ଗୋ ତୁମେ ଅନ୍ଧାରକୁ ଚିରି
ଆଲୋକର ପୂର୍ଣ୍ଣ ଇନ୍ଦୁ
ଜହ୍ନ ଗୋ ତୁମେ କୁନାର ହାତରେ
ଦି ମୁଠା ଅଦେଖା ଖୁସି
ଜହ୍ନ ପୁଣି ତୁମେ ଶରତ ଆକାଶେ
ପ୍ରକାଶର ଜ୍ୟୋତି ରାଶି
ଶଙ୍କରଙ୍କ ଶିର ବାସୀ
ଜହ୍ନ ଗୋ ତୁମେ ଜୁଆର ଭଟ୍ଟାରେ
ପାପ ପୁଣ୍ୟ ଦିଅ କଷି