STORYMIRROR

Ranjan kumar Mohanty

Others

3  

Ranjan kumar Mohanty

Others

ଜହ୍ନର ଠିକଣା

ଜହ୍ନର ଠିକଣା

1 min
174

ଜହ୍ନ ଗୋ ତୁମେ ଚିରା ଚାଳ ଫାଙ୍କେ 

କେବେ ଦାରିଦ୍ର୍ୟତା ଚିହ୍ନ 

ଜହ୍ନ ପୁଣି ତୁମେ କଇଁର ଆଖିରେ 

କେତେ ଯେ ଅଦେଖା ସ୍ୱପ୍ନ 

କେବେ ଶଶକର ପ୍ରଶ୍ନ 

ଜହ୍ନ ଗୋ ତୁମେ ଜହ୍ନି ଫୁଲ ପାଇଁ 

ମିଳନର ମଧୁ ଲଗ୍ନ 


ଜହ୍ନ ଗୋ ତୁମେ ଆକାଶ କପାଳେ 

କେବେ ସ୍ୱୀକାରର ବିନ୍ଦୁ 

ଜହ୍ନ ପୁଣି ତୁମେ ନକ୍ଷତ୍ର ମଣ୍ଡଳେ 

ରୋହିଣୀଙ୍କ ପ୍ରାଣ ବନ୍ଧୁ 

ପିତା ଯେ ତୁମର ସିନ୍ଧୁ 

ଜହ୍ନ ଗୋ ତୁମେ ଅନ୍ଧାରକୁ ଚିରି 

ଆଲୋକର ପୂର୍ଣ୍ଣ ଇନ୍ଦୁ 



ଜହ୍ନ ଗୋ ତୁମେ କୁନାର ହାତରେ 

ଦି ମୁଠା ଅଦେଖା ଖୁସି 

ଜହ୍ନ ପୁଣି ତୁମେ ଶରତ ଆକାଶେ 

ପ୍ରକାଶର ଜ୍ୟୋତି ରାଶି 

ଶଙ୍କରଙ୍କ ଶିର ବାସୀ 

ଜହ୍ନ ଗୋ ତୁମେ ଜୁଆର ଭଟ୍ଟାରେ 

ପାପ ପୁଣ୍ୟ ଦିଅ କଷି 

 



Rate this content
Log in