ଜହ୍ନ
ଜହ୍ନ
1 min
247
ସାଜିବାକୁ ଚାହେଁ ନାହିଁ
ହେବା ପାଇଁ ଗୋ ଚନ୍ଦ୍ରମା
ଶୁଭ୍ର ଜୋଛନା ତଳେ
ଲାଗିଛି କଳା କାଳିମା।
ଶୀତଳ କିରଣ ସିନା
ଆଣେ ସୁନ୍ଦର ସୁଷମା
ତିମିରକୁ ନାଶ କରି
ସାଜେ ସିଏ ତ ଚନ୍ଦ୍ରମା।
କଳଙ୍କର କଳାଦାଗ
ଛାଇପରି ରହିଥାଏ
ଗୁଣର ଗାରିମା ତାର
ଅକାରଣେ ନାଶ ଯାଏ।
ପୂର୍ଣ୍ଣମୀର ଚାନ୍ଦ ସିଏ
କଳଙ୍କ ତାହାର ଟୀକା
ଯେତେ ବଇଭବ ତାର
ସବୁ ଅଟେ ଫିକାଫିକା।
ହେଇପାରେ କଳଙ୍କିତ
ମନେ ନାହିଁ ତାର ଦୁଃଖ
ଜୋଛନାର ବାରିଧାରେ
ସଭିଙ୍କୁ ମିଳଇ ସୁଖ।
ଯିଏ ଯାହା କହୁ ପଛେ
ପଡେନି ତୋର ଫରକ
ନିଜ କର୍ମେ ନିତ୍ୟ ତୁହି
ବାଣ୍ଟିଚାଲୁ ସବୁ ସୁଖ।