STORYMIRROR

Bunee Tripathy

Others

3  

Bunee Tripathy

Others

ଜହ୍ନ

ଜହ୍ନ

1 min
250

ସାଜିବାକୁ ଚାହେଁ ନାହିଁ

   ହେବା ପାଇଁ ଗୋ ଚନ୍ଦ୍ରମା

ଶୁଭ୍ର ଜୋଛନା ତଳେ

    ଲାଗିଛି କଳା କାଳିମା।


ଶୀତଳ କିରଣ ସିନା

   ଆଣେ ସୁନ୍ଦର ସୁଷମା

ତିମିରକୁ ନାଶ କରି

   ସାଜେ ସିଏ ତ ଚନ୍ଦ୍ରମା।


କଳଙ୍କର କଳାଦାଗ

  ଛାଇପରି ରହିଥାଏ

ଗୁଣର ଗାରିମା ତାର

   ଅକାରଣେ ନାଶ ଯାଏ।


ପୂର୍ଣ୍ଣମୀର ଚାନ୍ଦ ସିଏ

  କଳଙ୍କ ତାହାର ଟୀକା

ଯେତେ ବଇଭବ ତାର

  ସବୁ ଅଟେ ଫିକାଫିକା।


ହେଇପାରେ କଳଙ୍କିତ

  ମନେ ନାହିଁ ତାର ଦୁଃଖ

ଜୋଛନାର ବାରିଧାରେ

   ସଭିଙ୍କୁ ମିଳଇ ସୁଖ।


ଯିଏ ଯାହା କହୁ ପଛେ

  ପଡେନି ତୋର ଫରକ

ନିଜ କର୍ମେ ନିତ୍ୟ ତୁହି

  ବାଣ୍ଟିଚାଲୁ ସବୁ ସୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍