STORYMIRROR

#all in one adii

Others

4  

#all in one adii

Others

ଜହ୍ନ

ଜହ୍ନ

1 min
236

ଅଜ୍ଞାନ ତମସା ଦୂର କରୁଅଛ

ଜ୍ଞାନଦୀପ ସାରା ସଂସାରେ ଜାଳୁଛ।।


ତନେ ତୁମ ଶୋଭୁ ସୁଗୁଣ ସୁମନ

କର୍ତ୍ତବ୍ୟ ପଥରୁ ନୁହଁ କେବେ ଆନ।


ଜିଜ୍ଞାସା କାଳିମା ଦୂର କର ତୁମେ

ହେ ଗୁରୁ ପ୍ରଣତି ତୁମରି ଚରଣେ।


ସୁଖ ଦୁଃଖ ହାନି ଲାଭ ସମ ମଣି

ଜ୍ଞାନାଂଶୁ ବିତର ହେ ଜ୍ଞାନର ଖଣି।


ତୁମେ ଆଶା ବାଡି ନିଆଶି ମନରେ

ତୁମେ ପଙ୍କଜ ହୋ କଳୁଷ ପଙ୍କରେ।


କହିବାଠୁ ବଡ କରିବା କରମ

ସାର୍ଥକ ହୋଇବ ଶିକ୍ଷକ ଜନମ।


ଗୁରୁ ତୁମେ ବ୍ରହ୍ମ। ରୁଦ୍ର ବାସୁଦେବ

ତବ କୃପା ଲଭେ ନିରକ୍ଷର ଜୀବ।


ସରଳ ଜୀବନ ଉଚ୍ଚ ଚିନ୍ତାଧାରା

ହେ ଶିକ୍ଷକ !ହେଉ ଏ ବ୍ରତ ସାହାରା।


ଜଗତ କଲ୍ୟାଣେ ଯଦି ମନୋବାଞ୍ଛା

ସ୍ୱସୁଖ ବର୍ଜିବ ଜାଣ ଏହିକଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ