Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

4.4  

Kumarlal Rana

Others

ଜହ୍ନ ରାଇଜରେ ମୋ ପ୍ରିୟା

ଜହ୍ନ ରାଇଜରେ ମୋ ପ୍ରିୟା

1 min
274


 ସାଥି ସାଥି ବୋଲି କେତେ ମୁଁ ଖୋଜିଲି

      ନ ଚିହିଁଲେ ମୋତେ କେହି  l 

ଭାଇ ଭାଇ  ବୋଲି କେତେ ମୁଁ ଡାକିଲି

        ନ  ଶୁଣିଲେ କେହି ଭାଇ l


ପ୍ରେମ ରାଇଜରେ ଖୋଜିବାକୁ ଗଲି

      ଖୋଜିଲି ଜହ୍ନ   ଆଲୋକେ l

ଆଲୋକ   ପ୍ରଦୀପ  ପରି    ଦପ ଦପ

       ଚେହେରା ଦିଶଇ ସୁଖେ l


ଆଲୋକର ଶିଖା    ଦପ ଦପ  ପରି

      ଜହ୍ନ ରାଇଜରେ  ଜଳି l

ଜହ୍ନର ଠିକଣା  ରାଇଜରେ ଘେରା

      ହୋଇଛି ଭାବନା  ଧରି l


ରହିଛି ଜାଗ୍ରତେ ଜହ୍ନ ରାଇଜରେ

      ମୋର ପ୍ରିୟା ସୁକୁମାରୀ l

ଯେଉଁ ଦିନୁ ତାର    ଠିକଣା  ପାଇଲି

      ଭାବ ହୋଇଲା ଆବୋରି l


ଅଭୁଲା ମଧୁର ଜୀବନେ ରହିଛି

     ସୁଖ  ପ୍ରୀତି  ତେଜ ଭରି  l

ଜହ୍ନ ରାଇଜରେ ମୋ ପ୍ରିୟା ତରୁଣୀ

     ପ୍ରେମ ଗୁଣ ଭାବ ଧରି l



Rate this content
Log in