STORYMIRROR

pawan Mohakul

Others

3  

pawan Mohakul

Others

ଜହ୍ନ ରାଇଜରେ ଜାଗାଟେ କିଣିଛି

ଜହ୍ନ ରାଇଜରେ ଜାଗାଟେ କିଣିଛି

1 min
255

ଜହ୍ନ ରାଇଜରେ ଜାଗାଟେ କିଣିଛି

କରିବି ଗୋଟିଏ ଘର 

ଯେଉଁଠାରେ ସବୁ ନିଜର ହୋଇବେ

ହୋଇବେନି କେହି ପର...


ହିଂସା ନଥିବ କି ଘୃଣା ନଥିବ

କେବଳ ପ୍ରେମ ହିଁ ଥିବ...

ଅମଣିଷ କିଏ ନଥିବେ ସେଠାରେ 

ଭଲ ମଣିଷ ହିଁ ଥିବେ


ସୁଖରେ ଦୁଃଖରେ ଭାଗିଦାରୀ ହୋଇ 

ସୁଖେ ଦୁଃଖେ ସାଥୀ ହେବେ...

ସ୍ୱାର୍ଥପର କିଏ ନଥିବେ ସେଠାରେ

ବିଶ୍ୱାସଘାତୀ ନଥିବେ


ନିଃସ୍ୱାର୍ଥପରରେ ସାଥୀ ହେଉଥିବେ

ଭଲ ମନ୍ଦ ବୁଝୁଥିବେ...

ଜହ୍ନ ଭଳିଆ ସବୁ ବସିଥିବେ

ଯେତେଦିନ ବଞ୍ଚିଥିବେ

ଭାଇଚାରା ମନ ଭାବ ନେଇ 

ମିଳିମିଶି ଚଳୁଥିବେ...


ଜହ୍ନ ରାଇଜରେ ଜାଗାଟେ କିଣିଛି

ରହିବି ସେଠି ଖୁସିରେ

ଜୀବନେ ଜୀବନ ସାର୍ଥକ କରିବି

ଜୀବନର ନଈ ସ୍ରୋତରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍