ଜହ୍ନ ର ଠିକଣା
ଜହ୍ନ ର ଠିକଣା

1 min

94
ଜହ୍ନ ର ଠିକଣା ଖୋଜି ବୁଲେ ମୁହିଁ
ଆଖି ପତା ବୁଜି ବୁଜି
ଯେତେ ଖୋଜିଲେ ବି ପାଉନାହିଁ ଜମା
ଅଭିମାନେ ଦିଏ ଲୁଚି ।
ମାନ ଅଭିମାନ କରେ ସାରା ଦିନ
ରାତିରେ ଦିଏ ସେ ଦେଖା
ସପନ ରାଇଜୁ ଆସିଥିବା ପରି
ଦେଖା ଯାଏ ସିଏ ଏକା ।
ମନଲୋଭାଣିଆ ଚାହାଣି ତାହାର
ଜୋଛନା ନିର୍ମଳ କାଚ
ଶୀତଳ କିରଣ ପରଶି ସଭିଙ୍କୁ
ମନକୁ କରଇ ସ୍ଵଚ୍ଛ ।
ପ୍ରେମର ବନ୍ଧନେ ବାନ୍ଧଛି କୁମୁଦେ
କରି ତାର ଗଳାହାର
ଜହ୍ନ ବିନା କଇଁ ନୁହଁଇ କୁମୁଦ
ଶାଶ୍ଵତ ପ୍ରେମ ଅପାର ।