STORYMIRROR

JAMINEE JYOTI JENA

Others

3  

JAMINEE JYOTI JENA

Others

ଝିପି ଝିପି ବର୍ଷା

ଝିପି ଝିପି ବର୍ଷା

1 min
279


ଭୁଲି ହେଇଯାଏ ପିଲାଦିନ ଗାଳି


ପିଲା ଦିନ ରାଗ ରୁଷା ...  

      

ଭୁଲି ନ  ହୁଏ ସେ ପିଲା ଦିନ ଡ଼ଙ୍ଗା


ଝିପି ଝିପି ଝରା ବର୍ଷା..


ଫେରି କି ଆସନ୍ତା ପିଲାଦିନ ମୋର


ଫେରି ଆସନ୍ତା ସେ ବର୍ଷା...

 

ଫେରି ଆସନ୍ତା ସେ କାଦୁଅର ବାସ୍ନା


ବାଇଚଢେଇର ବସା... 


ମାଟି କାଦୁଅର ଘର ଆସୁ ଫେରି


ଫେରି ଆସୁ ଚକ ଅଖ... 


ବର୍ଣ୍ଣବୋଧର ସେ ପୃଷ୍ଠା ଛୁଇଁ ଦେଇ ଭୁଲିଯିବି ସବୁ ଦୁଃଖ


ସିଲଟ ଖଡ଼ିର ବାସ୍ନା ଆସୁ ଫେରି... 


ଫେରି ଆସୁ ମା ଆକଟ


ବଡ ହେଇ ସତେ ଭୁଲି ମୁଁ ଯାଇଛି ପିଲା ଦିନର ସେ ବାଟ ।


Rate this content
Log in