STORYMIRROR

ଅନିଲ କୁମାର ଲେଙ୍କା

Others

3  

ଅନିଲ କୁମାର ଲେଙ୍କା

Others

ଝିଅଟିଏ

ଝିଅଟିଏ

1 min
153


ଜନମ ଆଗରୁ ବାପା ମାଆ ପ୍ରାଣେ

କେତେ ଖୁସି ଭରିଥାଏ

ଦୂନିଆକୁ ଥରେ ଆସିଗଲା ପରେ

ଆନନ୍ଦ ଉଭେଇ ଯାଏ !!


ପରିବାର ପାଇଁ ସତେ ଅବା ଲାଗେ

ବୋଝଟି ହୋଇ ଆସିଲା

ବଂଶରକ୍ଷା କାଳେ ହୋଇ ପାରିବନି

ଅପଦଶୀ ସିଏ ଭଲା !!


ନାରୀଏ ହୁଅନ୍ତି ନାରୀର ବଇରୀ

ଝିଅଙ୍କ ବୁଡାନ୍ତି ଭେଳା

ପୁତ୍ର ମୋହେ ନାନା ଆସକ୍ତି ରଖନ୍ତି

କନ୍ୟାପାଇଁ ଅବହେଳା !!


ବୟସ ବଢିଲେ କେତେ ପାପ ଆଖି

ତା ଉପରେ ପଡିଥାଏ

ସବୁ ରାସ୍ତା ଘାଟେ ଆଗ ପଛ ଦେଖି

ଡରେ ଚାଲିବାକୁ ହୁଏ !!


ବାପ ଘର ଛାଡି ଶାଶୁ ଘରେ ତାର

ଭାଗ୍ୟରେଖା ଲେଖାଥାଏ

ଦୁହିତା ଯେ ଦୁଇ କୂଳକୁ ତ ହିତା

ଏ କଥାକୁ ଭୁଲିଯାଏ !!


ଦୁଃଖ କଥା ତାର କାହାକୁ କୁହେନି

ଭିତରେ ଭିତରେ ଜଳେ

ଝିଅ ଜନ୍ମ ହୋଇ ପାପ କି କରିଛି

ବିବସେ ବହୁତ ଭାଳେ !!


ପାଦେ ଛନ୍ଦା ତାର କଳଙ୍କର ବେଡି

ପଛେ ସଦା ରହିଥାଏ

ସଂସାରରେ ନିଜ ସତୀତ୍ଵ ପ୍ରମାଣେ

ଅଗ୍ନି ପରୀକ୍ଷା ସେ ଦିଏ !!


ଝିଅଟିଏ ସିଏ  ଗୃହଲକ୍ଷ୍ମୀ ପରା

ଏକଥା ଭାବେନି କେହି

ଜଗତେ କେବଳ  ଅପନିନ୍ଦା ପାଏ

ନିରବରେ ଯାଏ ସହି !!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍