STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଝିଅ

ଝିଅ

1 min
125


ଯେଉଁଦିନ ଝିଅ ଜନ୍ମ ହେଲା

ଅନନ୍ତ ଆନନ୍ଦରେ ଫାଟି ପଡୁଥିଲି

ସଂସାରକୁ ରକ୍ଷା କରିନେଲି ବୋଲି

ଗର୍ବ ଓ ଗୌରବରେ

ମିଠା ବାଣ୍ଟିଲି ଭାଇ,ବନ୍ଧୁ ଓ କୁଟୁମ୍ବଙ୍କୁ।


ବଡ଼ ଧୂମଧାମରେ ଏକୋଇଶା

ଭୋଜିଭାତକୁ ସତ୍ଯ ନାରାୟଣ ପାଲା।


ପାଳନ କଲି ଦୁହିତା ହେବ ବୋଲି

ଖାଇବା,ପିଇବା ଓ ପିନ୍ଧିବାକୁ

ହେଳା କରିନି କେବେ କି

ନାଲି ଆଖି ଦେଖେଇନି।


ଶିକ୍ଷା,ସ୍ବାସ୍ଥ୍ଯ ଆଉଆଉ ଯେତେ

ଭରପୂର ଯୋଗାଇଛି 

ଯାହା ଯେତେବେଳେ ଶକ୍ଯ।


ଝିଅ ବଡ଼ ହେଲା ଆଉ ଭଲ ପାଇଲା

ବେଜାତିଟେ ଦେଖି

ମୋତେ ବାରଣ କରିବାକୁ ହେଲା

ବାପା ହୋଇ କିପରି ସହିବି

ଲୋକନିନ୍ଦା,ଅପବାଦ ଆଉ ବିଶୃଙ୍ଖଳ କର୍ମ।


ଦିନେ ନାଲି ଆଖି ଦେଖାଇଲା

ସାବାଳିକାର ଅଧିକାରରେ 

ଗୋଟିଏ ବିପରୀତ ଲିଙ୍ଗ ପାଇଁ

ସାତପର ହେଲି।


ମୁଁ ବାପା ନୁହେଁ ରାକ୍ଷସ।

ଜାଣିଜାଣି ତା ଭବିଷ୍ଯତ 

ଅନ୍ଧକାରର ଗହୃରକୁ ଠେଲୁଥିଲି

ତେଣୁ ପରିଣାମ ଭୋଗିବାକୁ ହେଲା

କେବଳ କୋଟ,କଚେରୀ ନୁହେଁ

ଜେଲର ଚାରିକାନ୍ଥ ଭିତରେ।


ହାଇରେ ବିଧାତା

ତୁମେ କୁହ ବାପା ହେବା ଭୁଲ

ନା ଶୃଙ୍ଖଳାରେ ବିବାହ କରେଇବା ଦୋଷ?


ଝିଅରେ

ଭଲରେ ରହ 

ଈଶ୍ବର ତୋର ମଙ୍ଗଳ କରନ୍ତୁ

ଯେଉଁ କୋଳରେ ନେସି ହୋଇଗଲୁ

ଏକୁଳ ପଛକେ ଭାସିଯାଉ ଅଭିଶାପ ବନ୍ଯାରେ 

ଅଥବା ଜଳି ପୋଡି଼ଯାଉ ବଂଶ ବୁନିଆଦି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍