ଝିଅ
ଝିଅ
ଦୁଇ ପଟେ ଦୁଇ ଵେଣିଝୁଲୁ ଅଛି
ଵାନ୍ଧିଛି ନାଲି ରିବନ
ଖାଣ୍ଟି ଓଡିଆଣି ଝିଅଟି ମୋହର
ସେ ମୋ ନନ୍ଦନ ବନ।।
ଅଳପ ଦଉଡେ ପଛକୁ ଅନାଏ
ଚାହେଁ ହରିଣୀ ପରାଏ
ଚାଲିଜାଣି ନାହିଁ ଭାବନାରେ ଝୁଣ୍ଟେ
ଚହଲା ପାଣି ପରାଏ।।
ଶଶିକଳା ପରି ଝିଅ ମୋ ଵଢଇ
ସମସ୍ତଙ୍କର ସେ ଗେଲ୍ହା।।
ବିଦ୍ୟା ଉପାର୍ଜନ କରିବା ନିମନ୍ତେ
ବିଦ୍ୟାଳୟେ ପହଞ୍ଚିଲା
ଗୂରୁଜୀ ମାନଙ୍କ ପ୍ରୀୟଝିଅ ହେଲା
ଶ୍ରେଣୀରେ ପ୍ରଥମ ହେଲା।।
ଭାରି ଅଭିମାନି ବଡ଼ ସ୍ଵାଭିମାନୀ
ସହେ ନାହିଁ କାରକଥା
ଟିକିଏ କଥାରେ ଲୁହକୁ ଝରାଏ
କିଏ ବୁଝିବା ବ୍ୟଥା।।
ଅମ୍ଵୃତ ଭଣ୍ଡାରେ ବାଜି ଗଲେ ଟେକା
ଧାର୍ ଧାର୍ କ୍ଷୀର ଵୁହେ
ମୋ ଧନ ଆଖୁରୁ ସେହି ପରି ଲୁହ
ଠକ୍ ଠକ୍ କରି ବୁହେ।।
କଅଁଳେ କହିଲେ ପାଠ ପିଇଯାଏ
ସ୍ମରଣ ଶକ୍ତି ପ୍ରଖର
ଗୁରୁଜୀ ମାନଙ୍କ ଉତ୍ତମ ଛାଟସେ
ବୁଦ୍ଧି ବିଦ୍ୟାରେ ଅପାର।।
ଝିଅରତ୍ନ ସାର୍ କରହେ ପ୍ରଯତ୍ନ
ଝିଅଟି ଗଳାର ହାର
ସଂସାର ରକ୍ଷକ ଧର୍ଯ୍ୟଗନ୍ତା ଘର
ସଯତ୍ନେ ପାଳନ କର।।
ପିତାମାତାଙ୍କୁ ସେ ନିଷ୍ଠାରେ ପାଳଇ
ଭାବେ ସେ ଜୀବନ ଧନ
ପିତାସ୍ବର୍ଗ ମାତା ଜୀଵନ ନାଟିକା
ସେବାରେ ଦିଅଇ ମନ।।
