STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଝଡ଼ ପରେ....

ଝଡ଼ ପରେ....

1 min
27

ନୀରବ ଝଡ଼ର ଝାଞ୍ଜି ପବନଟା

ସହସା ଆସିଲା ଚାଲି

ଜୀବନ ଆକାଶେ ଘୋଟିଲା ଅନ୍ଧାର

ଜାଣି ସେ ତ ପାରିଲାନି।


ଉଜାଣି ବହିଲା ଅମାନିଆଁ ନଈ

ଭାସିଗଲା ବହୁ ଦୂରେ।

ଛୋଟ ତା ସଂସାର ଉବୁଟୁବୁ ହେଲା

ଅଥଳ ସାଗର ଜଳେ।


ରଙ୍ଗ ହୀନ ହେଲା ସୁନେଲି ଅଗଣା

ବାସ ହୀନ ଫୁଲବନ।

ଚକ୍ରବାତ ଦମ୍ଭେ ଉଡାଇ ନେଲା ତା

ପ୍ରୀତି ଭରା ଉପବନ।


ଦେଖିଥିଲା କେତେ ସୁନେଲି ସପନ

ଗଢି ଥିଲା ସ୍ୱପ୍ନପୂର 

ଆଶା ବାନ୍ଧିଥିଲା ଉଡିଵାକୁ ସିଏ

ଯାଇ ଥାନ୍ତା କେତେ ଦୂର।


ଭଗ୍ନ ଡେଣା ତାର ବଳହୀନ ଏବେ

ପଡ଼ିଲା ବତାସେ ଖସି।

ଉଜାଣି ନଈଟା ଭସାଇ ଦେଲାଟି

ମୁହୂର୍ତ୍ତକେ ପରା ଆସି।


ଏ ନିରବ ଝଡ଼, ଚାରିମେଘ ମାଡେ଼

ଖସି ପଡ଼ିଗଲା ବେଳେ।

ଅରକ୍ଷ ରକ୍ଷଣ ସାହା ହେବା ପାଇଁ

ଡାକିଲା ଅତି ବିକଳେ।


" ଆରତ ନାଶନ, ଗରୁଡ଼ ଆସନ

ରକ୍ଷା କର ଭାଵଗ୍ରାହୀ।

କୁଟାଖିଏ ମାତ୍ର ଅଛି ମୋ ହସ୍ତରେ

ରକ୍ଷା କର ମୋତେ ସାଇଁ


ଚକ୍ର ଆଢ଼ୁଆଳେ ରଖ ମୋ ସଂସାର

ନ ହେଲେ ଯିବି ମୁଁ ହାରି

ଜଗତ ତୁମର ମୁହିଁ ଅଟେ ଛାର

ରକ୍ଷା କର ଆହେ ହରି।


ଡାକୁଛି ଆତୁରେ କୃପା କଟାକ୍ଷରେ

ଚାହିଁ ଦିଅ ମୋତେ ପ୍ରଭୂ।

ମୁଁ ପରା ଅଧମ ଅଟେ ଅକିଞ୍ଚନ

ଆତ୍ମା ମୋର ମୋକ୍ଷ ଲଭୁ।


ବତାସ ପବନ ଥିରହୋଇଯାଉ

ଶୁଣି ମୋ ଆକୁଳ ଡ଼ାକ

ପ୍ରଭୂ ଦୟାମୟ ଭକ୍ତର ରକ୍ଷଣ

ହରିନିଅ ମନୁ ଶୋକ।



Rate this content
Log in