Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Amit Bal

Others

3.9  

Amit Bal

Others

ଝଡ ଆସି ଚାଲିଗଲା ପରେ

ଝଡ ଆସି ଚାଲିଗଲା ପରେ

1 min
202


ବିଭୀଷିକାର ଝଡ ଆସି ଚାଲିଗଲା ପରେ

ଭୟାବହ ରାତ୍ରୀର ନୀରବତା ଭିତରେ

ଭାବୁଥିଲି ପଶ୍ଚାତାପ ର ନଈ

କାନ୍ଦୁଥିବ ଦୁଇ ଧାର ଛୁଇଁ ।


ଭାଙ୍ଗି ପଡିଥିବ ଜୀବନର ସତ୍ତା

ମନସ୍ତାପର ଗ୍ଳାନିପୂର୍ଣ୍ଣ ନିଘଞ୍ଚ ଅରଣ୍ୟରେ ,

ଉଲକା ଖଣ୍ଡ ଖସିବା ଭଳି

ଜଳିପୋଡି ଛାରଖାର ହୋଇ ଯାଇଥିବ

ନିଜର ସେ ଧୃଷ୍ଟତା ଭରା ଆଚାର ବିଚାର ।


କିନ୍ତୁ ଅବଶୋଷ, ସେମିତି କିଛି ହୋଇ ନ ଥିଲା ,

ଅଧିକନ୍ତୁ ଅଂହ ଆଉ ଅହମିକା ର ନଈ

ନିର୍ଲଜ ପଣିଆର ମୂର୍ଚ୍ଛନାରେ ଆହ୍ଲାଦିତ ହୋଇ

ଅମାନବିକତାର ଗଭୀର ପାଦ ଦେଶକୁ

ଅଧିକରୁ ଅଧିକ ଅଗ୍ରସର ହେଉଥିଲା ।

        


Rate this content
Log in