ଝାଲ୍ ମୁଢ଼ି ଗାଡ଼ି
ଝାଲ୍ ମୁଢ଼ି ଗାଡ଼ି
ଧୀର ପ୍ରଭଞ୍ଜନ ଡିବିରି ଧୂଆଁ ରେ
ଆଗକୁ ଗଡେ ଝାଲ ମୁଢ଼ି ଗାଡ଼ି
ମୁଢ଼ି ବାରମଜା ମନ ଲୋଭା ବାସ୍ନା
ନଉଚି ସଭିଙ୍କ ମନ କୁ କିଣି।।।
ପୁର ପଲ୍ଲୀ ଠାରୁ ନଗର ଦାଣ୍ଡ ରେ
ଗଡି ଯାଏ ଯେବେ ସେହି ସବାରି
କିଏ ନ ଚାହୁଁଚି କେଡେ ରୁପମତୀ
ବସନ୍ତ ମଳୟେ ହୁଏ ସଜାଡି।।।
ଭାରି ଆଦର ସେ ଦିବ୍ୟ ଶିରୀ ଗାଡି
ମୁଠା ମୁଠା ମୁଢ଼ି ବୁହାଇ ନେଲେ
ଭାରି ଆନନ୍ଦିତ ଗାଡ଼ି ଚାଳକ ଟି
ଜମୁଛି ବେପାର ଯୌବନ ବେଳେ।।।
ସେମେଟା ମୁଢ଼ି କୁ କିରୋସିନି ଗନ୍ଧ
ଝାଲ ମୁଢ଼ି ର କମିଲା ଆଦର
ଆମ ଗଳି କୁ ତୁ ଆସି ଥିବୁ ଯଦି
ମାରି ବି ମୁହଁ କୁ ପଥର ତୋର।।।
ରୂପ ଯୌବନ ର ସୁଗନ୍ଧ ରେ ଦିନେ
ଯିଏ କରୁଥିଲେ କେତେ ଆଦର
ଯୌବନ ର ଅନ୍ତେ ଅପରାହ୍ନ ଦାଣ୍ଡେ
ମାରୁଚି ମୁହଁ କୁ ପଥର ମୋର।।।
ନିରୁପାୟ ସେହି ଗାଡି ର ଚାଳକ
ହାତ ପାଦ ତାର ସ୍ତବ୍ଧ ହୋଇଲା
ସିପା ମୁଢ଼ି ଆଉ ବାର ମଜା ସବୁ
କବାଟ ସନ୍ଧି ରେ ନିଷ୍କ୍ରିୟ ହେଲା।।
ଡିବି ର ଧୂଆଁ ଟି ହେଲା ମିଞ୍ଜି ମିଞ୍ଜି
ଆହୁରି ଆଗକୁ ଗଡୁନି ଗାଡ଼ି
ମୁଢ଼ି ବାର ମଜା ସବୁ ସିପି ଗଲା
ଗାଡ଼ି ଚକା ସବୁ ଗଲା ହୁଗୁଳି।।।
ଆଉ ଏକ ପ୍ରଭଞ୍ଜନ କୁ ପ୍ରତୀକ୍ଷା
ଗାଡି ପିଟି ହେବ ଶେଷ ରାସ୍ତା ରେ
ମୁଢ଼ି ବାର ମଜା ମାଟି ରେ ମିଶିବ
ଗାଡି ବାଲା ହଜି ଯିବ ବାଟରେ।।