ଜଗତ ଜନନୀ
ଜଗତ ଜନନୀ
ଆଶ୍ବିନ ମାସର ନବ ରାତ୍ରି ପର୍ବ ଆହାକି ଆମୋଦମୟ
ଆଗମନ କର ମହାମାୟୀ ତୁମେ ,ଅବନୀ ର ଭାର କ୍ଷୟ ।
କରିବା ପାଇଁକି ପାର୍ବଣ ପର୍ବରେ ପୂଜା ପାଅ ଦେବୀ ମତ୍ତୈ
ଜଗତ ଜନନୀ ଜଗଦମ୍ବା ଦୁର୍ଗା ନମଇ ତବ ପୟରେ ।
ଭକତି ଭାବରେ , ଅବିରତେ ନିତି ଧ୍ୟାଉଛି ତୁମ୍ଭଙ୍କୁ ମାତ
ଭକତ ବତ୍ସଳା ସୁଦୟା ପ୍ରକାଶି ପୂର୍ଣ୍ଣ କର ଅଭିଳାଷ ।
କିଶ ବା ବର୍ଣିବି କ'ଣ ବା ଲେଖାବି ମୁହିଁ ଅତି ଅକିଞ୍ଚନ
କରୁଣା କଣିକା ବିତରି ଅନ୍ତରେ କରି ଦିବ୍ଯତା ସିଞ୍ଚନ ।
ହରି ନିଅ ମୋର ଯନ୍ତ୍ରଣାର ଭାର ଆବେଗ ଓ ଆକୁଳତା
ବିକଶାଇ ଦିଅ ହୂଦୟରେ ଚିର ଶକତି , ଦମ୍ଭ , ଦୂଢତା ।
କ୍ଷଣିକ ମାୟାର ସିନା ଏ ସଂସାର ମାୟାମୟ ଏଠି ସବୁ
ଭବ ଭଙ୍ଗୁରତା ବିଲୋକି ଅନ୍ତରେ , ଦିବ୍ୟ ଭାବ ମନ ଭାବୁ ।
ନାଶି ଦିଅ ସବୁ ଅମା ଅନ୍ଧାର ଖେଳାଇ ଦିବ୍ୟ ପ୍ରକାଶ
ଜୀବନେ ଆନନ୍ଦ ଖେଳିଯାଉ ଆମ ହର ମାତ ଦୁଃଖ‐ କ୍ଳେଶ ।
ଏହି ପାର୍ବଣ ପବିତ୍ର ପରବ ନବରାତ୍ରି ‐ ଦଶହରା
ଦୁର୍ଗତି ନାଶିନୀ ଦୁର୍ଗା ‐ତୁମେ ମାତଃ କରୁ ତୁମ୍ଭ ଉପାସନା ।