ଜାଞ୍ଜିବର- ତାଞ୍ଚାନିଆର ଗୌରବ
ଜାଞ୍ଜିବର- ତାଞ୍ଚାନିଆର ଗୌରବ
କାଳିଆର ରଥ ଟାଣିସାରି ଆମେ
ବାହାରିଲୁ ବୁଲି ଜାଞ୍ଜିବର
ତାଞ୍ଜାନିଆର ପ୍ରସିଦ୍ଦ ଦ୍ବିପଟିଏ
ସୌନ୍ଦର୍ୟରେ କିଏ ସରି ତାର ।
ସୋମ ଆଉ ମଙ୍ଗଳ ବାରର ଛୁଟି
ଆଣି ଦେଇଗଲା କି ଆନନ୍ଦ
ଆଗରୁ ଆମର ପ୍ରସ୍ତୁତି ତ ଥିଲା
ନ ଥିଲା ସେଥିରେ କିଛି ଦ୍ବନ୍ଦ୍ବ ।
ଆଜାମ୍ ଫେରୀରେ ବସିଗଲୁ ଆମେ
କେତେ ଯେ ଆନନ୍ଦ ମନେ
ମୋବାଇଲ୍ ଧରି ଫଟୋ ଉଠାଇଲୁ
ସମୁଦ୍ର ଢେଉର ତାଳେ ।
ହସରେ ମଜାରେ ଗପୁ ଗପୁ ଆମେ
ଜାଞ୍ଜିବର ଆସିଗଲା
ବାହାରକୁ ଆସି ଭ୍ୟାନ୍ ରେ ବସିଲୁ
ହୋଟେଲ୍ ତ ବୁକ୍ ଥିଲା ।
ପିଲାମାନଙ୍କର କେତେ ଯେ ଆନନ୍ଦ
କହୁଥିଲେ ସରିବନି
ଏକା ଯାଇଥିଲେ ସେତିକି ଆନନ୍ଦ
ମିଳି ତ ନ ଥାନ୍ତା ପୁଣି
ସବୁ ଆମେ ଥିଲୁ ସାକାହାରୀ ପୁଣି
ମନ ଟିକେ ଖୁସି ଥିଲା
ଯାହା ବି ଖାଇଲୁ ଭଲ ତ ଲାଗିଲା
ଟାଇମ୍ ପାସ୍ ଭି ହେଲା ।
ଡଲଫିନ୍ ପାଇଁ ଚାଲିଲୁ ଆମେ
ନଉକା ଉପରେ ଯାଇ
ନୌକା ହଲିଲେ ଡର ଆସିଯାଏ
ହରେ କୃଷ୍ନ ସୁବୁଥାଇ ।
ଡରେ ଡରେ ଯାଇ ସମୁଦ୍ର ମଝିରେ
ଡଲ୍ ଫିନ୍ ଦେଖି ଦେଲୁ
ଅଶାନ୍ତ ସମୁଦ୍ର ଶାନ୍ତ ପଡିଗଲା
ଅତି ଆନନ୍ଦିତ ହେଲୁ।
ସ୍ପାଇସ୍ ବଗିଚା ଅଭୁମୁଖେ ଗଲୁ
କିଛି ଟିକେ ଖାଇ ଦେଇ
ବାଟରେ ଦେଖିଲୁ ରେ ସାପର ପାର୍କ
ବସିଲୁ ସେଠାରେ ଯାଇ ।
ଲେମ୍ବୁ କମଳା ତ ବାଟରେ ତୋଳିଲୁ
ଖୁସିରେ ପାଗଳ ହୋଇ
ସାପ ଯେତେବେଳେ ସାଙ୍ଗ ହୋଇଗଲା
ଡର ପୁଣି କଣ ପାଇଁ ।
ତାପରେ ଫେରିଲୁ ହୋଟେଲ୍ କୁ ଆମେ
ତୟାରି ହୋଇଲୁ ପୁଣି
ଡିନର କରିଲୁ ମନ ପସନ୍ଦର
ଓଡିଆ ଭାଇଙ୍କୁ ଜାଣି।
ତାହା ପର ଦିନ ବାହାରିଲୁ ଆମେ
କଚିମ ଦେଖିବା ପାଇଁ
ଏତେ ବଡ ବଡ କଚିମ ଦେଖିକି
ବିଶ୍ବାସ ହୋଇଲା ନାହିଁ ।
ଏସବୁ ଭିତରେ ଫଟୋ ଉଠୁଥିଲା
କିଏ କେତେ ପୋଜ୍ ଦେଇ
ପତ୍ନୀ ମୋହର ମାଷ୍ଟର ସେଥିରେ
ମୋବାଇଲ୍ କଲା ବାଇ ।
ହାତ ଧରା ଧରି କୁଣ୍ଢା କୁଣ୍ଢି ହୋଇ
ଫଟୋ ସବୁ ଉଠାଇଲେ
ଶେଷରେ ଧରିଲେ ବିଦେଶୀ ମାନଙ୍କୁ
ତାଙ୍କୁ ମଧ୍ୟ ବାଇ ଗଲେ ।
ସେଲ୍ଫି ଷ୍ଠିକ୍ ମୋର ବଡ କାମ ଦେଲା
ଗ୍ରୁପ୍ ଫଟୋ ଉଠିଗଲା
ହସ ଖୁସି ମନେ ସମୟ ବିତିଲା
ବୁଲା ବୁଲି ସରିଗଲା ।
ଫେରି ଆସିବନି ସେ ସବୁ ମୁହୁର୍ତ
ଏ ଜୀବନେ ଆଉ ଥରେ
ଗୋଟିଏ ଜୀବନ ଜୀଇଁବା ପାଇଁକି
ଜନମିଛୁ ଏ ଧରାରେ ।