STORYMIRROR

Sachidananda Kar

Others

3  

Sachidananda Kar

Others

ଜାଣିଥା' କୁନିଭାଇ

ଜାଣିଥା' କୁନିଭାଇ

1 min
226

ଶୀତ ସକାଳେ ଘରକୁ ଟିକେ

କଅଁଳ ଖରା ପଡିବ ବୋଲି

ସକାଳୁ ଉଠି ବିଛଣା ଛାଡି

ବସିଲା ସାନୁ ଝରକା ଖୋଲି

ଦେଖିଲା ସିଏ

ଟିପିଟିପିକା ଚଢେଇଟିଏ

ବସିଛି ଗଛ ଡାଳେ

ହାତ ଠାରି ସେ ଡାକିଲା ତାକୁ

ଆସିବ ପାଶେ କାଳେ ।।


ଆ' ରେ ଆ' ଟିକି ଚଢେଇ

ମୋ କତିକି ଆ' ରେ ଚାଲି

ତୋହରି ପାଇଁ ଦେବିରେ ଆଣି

ଖାଇବୁ ଭାତ ତିଅଣ ଡାଲି

ଡାଳରେ ବସି

ଟିକି ଚଢେଇ କହିଲା ହସି

ନାଇଁ ରେ ନାଇଁ ନାଇଁ

ଖାଇବା ଦକ ନାଇଁ ରେ ମୋର

ଜାଣିଥା' କୁନିଭାଇ ।।


ଆ' ରେ ଆ' ଟିକି ଚଢେଇ

ବସା ହେବ ତୋ ମୋହରି ଘର

ଖରା ବରଷା ବାଆ ବତାସେ

ତୋ ମନେ ଆଉ ନ ଥିବ ଡର

ଶୁଣି ଏ କଥା

ଟିକି ଚଢେଇ ହଲେଇ ମଥା

କହିଲା ନାଇଁ ନାଇଁ

ସାରା ଦୁନିଆ ମୋହରି ଘର

ଜାଣିଥା' କୁନିଭାଇ ।।


ଏତକ କହି ଡେଣାକୁ ଝାଡି

ଆକାଶେ ସିଏ ଉଡିଲା ଯାଇ

ଗଲା ଯେ କାହିଁ କେତେ ଦୂରକୁ

ଆଖିରେ ଆଉ ପଡିଲା ନାହିଁ

ମୁରୁକି ହସି

ଭାବିଲା ସାନୁ ସେଇଠି ବସି

ଟିକି ଚଢେଇଟିଏ

ଏଡ଼େ ସୁନ୍ଦର ଜୀବନ ଆହା

ପାଇଲା କାହୁଁ ଇଏ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍