ଜାଣିତ ନଥିଲି
ଜାଣିତ ନଥିଲି
1 min
13.9K
ଜାଣିତ ନଥିଲି ଏତେ ଆପଣାର
ତୁମେ ପ୍ରଭୁ ଵୋଲି ମୋର
ଅନ୍ତର ବେଦନା ଜାଣି କୃପା କଲ
ଦୁଃଖ ଚାଲି ଗଲା ଦୂର ।୦।
ବିଭୁତିପୁରରେ ଗାଦିବ୍ରହ୍ମ ନାମେ
ପୂଜା ପାଉଛ ଠାକୁର
ଦୂର ଦୂରାନ୍ତରୁ ଭକତ ଆସନ୍ତି
ଦରଶନ ପାଇଁ ତୋର
ତୁମେ ଦୟାମୟ ନ ହେଲେ ସଦୟ
ଜୀବନରେ ଦୁଃଖ ସାର ।୧।
ବରଷକେ ଥରେ ଏ ପୂଣ୍ୟ ତିଥିରେ
ବସୁମତୀ ସ୍ନାନ ଦିନ
ନାମ ସଂକୀର୍ତ୍ତନ କରନ୍ତି ଖୁସିରେ
ଭକତିରେ ଗ୍ରାମ ଜନ
ରହିପାରେ ନାହିଁ ପାମର ଅନାମ
ଏଥକୁ ଟାଣିଲ ଡୋର।୨।
