ଜାଣିରଖ ପିଲାଏ
ଜାଣିରଖ ପିଲାଏ
ଧନ ବାଣ୍ଟିଲେ ସରିଯାଏ
ବିଦ୍ୟା ବାଣ୍ଟିଲେ ବଢୁଥାଏ
ଚାଲି ଜାଣିଲେ ସରଇ ବାଟ
ପଢି ଜାଣିଲେ ବଢ଼ଇ ପାଠ
ବିନୟ ମଧୁର ବଚନ
କହି ତୋଷିବ ପ୍ରାଣୀ ମନ
ଅଭ୍ୟାସ ବଳେ ଶିଶୁ ଯଥା
ଶିଖଇ କ୍ରମେ କହି କଥା
ଦୀପ ଜାଳିଲେ ଆଲୋକ ମିଳେ
ସାଧନା ବଳେ ସିଦ୍ଧି
ବାୟାମ ବଳେ ସବଳ ହୁଅ
ଘୁଞ୍ଚାଇ ରୋଗ ବ୍ୟାଧି
ମାତୃଭାଷା ପାଇଁ ନାହିଁ ଯାର ମମତା
ସେ କାଁହୁଁ କରିବ ମାତୃଭୂମି ଚିନ୍ତା
ଜନମ ଭୂମି ଯେ ମାଟି ପଥରର
ଜନନୀ ଠୁ ବଳି ବଡ଼
ଜନମ ଭୂଇଁର ସେବା ଯେ କରଇ
ନର ଜନ୍ମ ଧନ୍ୟ ତାର
ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଆଜ୍ଞାନୀ ରହିବେ କାହିଁ
ମାନବ ଜୀଵନ ନୁହଁଇ କେବଳ
ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତାର
ଜୀବନର ମାନଦଣ୍ଡ
ଚାଲି ଜାଣିଲେ ବାଟଟି ଭଲ
ପଢି ଜାଣିଲେ ପାଠ
ଅଭ୍ୟାସ ବଳେ ଆସାଧ୍ୟ୍ୟ ସାଧ୍ୟ୍ୟ
କାମେ ନକର ମଠ
ଚୁନା ଦେଖି ପିଠା କର
ଆୟ ଦେଖି ବ୍ୟୟ
ବୁଝି ସୁଝି କାମ କଲେ
ନାହିଁ ହାନି ଭୟ
ସମୟ କାହାକୁ ଜଗି ରହେ ନାହିଁ
ବନ୍ଧ ନଥିଲେ ପାଣି ଯାଏ ବହି
ସମୟ ସୁଅ ସଙ୍ଗେ କରି ଗତି
ଜୀଵନରେ ଲଭି ପରମ ଉନ୍ନତି
ଅଳସେ ଯେ ହୁଡ଼େ ଉଚିତ ସମୟ
ପାଏ ନାହିଁ କେଵେ କର୍ମ ପଥେ ଜୟ
ଜାତି ଇତିହାସ ଜାତିର ନିର୍ଝର
ତହୁଁ ବହେ ସଦା ଜାତି ପ୍ରାଣଧାର
ସେ ଧାରରୁ ନୀର ପିଉଛି ଯେ ନର
ନିଶ୍ଚୟ ସେ ହେବ ଜାତି କର୍ମବୀର
ସ୍ୱାଧୀନ ଜୀବନେ ମିଳଇ ସୁଖ
ପରାଧୀନ ସଦା ଭୋଗଇ ଦୁଃଖ
ପଛଘୁଞ୍ଚା ନାହିଁ ବୀରର ଜାତକେ
ନମରେ ସେ କେଵେ ପରାଣ ଆତଙ୍କେ
କାତରତା ସିନା କାପୁରୁଷ ପଣ
ବୀର ମାରେ ଅବା ମରେ କରି ରଣ
