STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଜାଲ

ଜାଲ

1 min
152


ସେଇଥି ପାଇଁ ତ ଜୀବୀତ ଆଜି ମୁଁ,

ଅଭୁଲା ସ୍ମୃତିକୁ ନେଇ,,

ଅମୃତ ପ୍ରେମ,ତାର ନିବିଡ଼ତା,

ଆତ୍ମୀୟ ହୃଦୟ ପାଇଁ ll


ମହକି ଉଠଇ ସ୍ମୃତି ଖୋଲିଦେଲେ,

ସତେକି ଲକ୍ଷେ ମାଳତୀ,,

ପାରିଜାତ ସମ ସୁଗନ୍ଧ ତାର,

ବିଶ୍ୱର ଶ୍ରେଷ୍ଟ ସତୀ ll


ସ୍ମୃତି ହୋଇ ମୋର ଅନ୍ତରେ ବାସେ,

ସଜଫୁଟା ସେ ଗୋଲାପ

ଗୋଲାପି କୁଶୁମେ ବାସ୍ନା ଭରୁଥାଏ,

ସତେକି ଗୁଗୁଳ ଧୂପ ll


କବିତା ନୁହେଁ ଏ ସମ୍ପର୍କର ଶବ୍ଦ,

ସୁକ୍ଷ୍ମ ହୃଦୟ ଗୀତି

ଏକା ହେଉକି,ଘଞ୍ଚ ନରବନେ,

ଭୁଲେ ନାହିଁ ତାର ପ୍ରିତୀ ll


ସେହି ପ୍ରାଣ ନେଇ ଚାଲି ଯାଇଛି ଯେ,

ତା ହୃଦୟ ଦେଇ ମତେ ll

ତେଣୁଟି ଏ ପିଣ୍ଡ ଚାଲବୁଲ କରେ,

ବଞ୍ଚିଥିବି ଦିନ ଯେତେ ll


ଅତୀତ କୁ କେବେ ଭୁଲି ହୁଏ କି,

ସ୍ମୃତି ନୁହେଁ ବାଲି ଖେଳ

ସ୍ମୃତି କୁ ସଜାଡି ହୃଦୟ ମନ୍ଦିରେ,

ବଞ୍ଚିବାକୁ ମିଳେ ବଳ ll


ସେହି ଇଲାକାରେ' ସୁପ୍ତ ସ୍ମୃତି ଜ୍ୱାଳା,

ଥମି ଥମି ଭେଦେ ଦେହେ ll

ଉତପ୍ତ ଆଗ୍ନେୟ ଶୀଳା ତରଳେଇ ,

ଶୁଖିଲା ପାଷାଣେ ଵହେ ll


ଚେତନା ଜଗାଏ ହୃଦୟ ସ୍ପନ୍ଦନେ,

ସମୟର ସୁଅଧାରେ ll

ସେହି ଧାରେ ଧାରେ ଭାଷେ ତପ୍ତ ଶିଳା,

ପରବର୍ତ୍ତୀ ଇଲାକାରେ ll


ଜଳାଇ ପୋଡାଇ ଜାଳି ଦେଇଯାଏ,

ନ ଲାଗେ ଶରୀରେ ନିଆଁ ll

କେବଳ ସ୍ମୃତିର ,ପରଶ ମାତ୍ରକେ,

ପାଏ ହିମ'ପ୍ରିତୀ ଛୁଆଁ ll


ଅତୀତ ଚେତନା,ଉଜାଗର କରି,

ସମୟ ସଞ୍ଚାରେ ପ୍ରାଣ ll

ହୃଦୟ ସ୍ପନ୍ଦନ ତୀବ୍ର ତୀଵ୍ରତ୍ତର,

ଉଷ୍ମ ହୁଏ ଆତ୍ମା ମନ ll


ମନେ ହୁଏ ସତେ, ସଖି ଭାଵ ସାଥେ,

କରୁଛି ପୀରତି ନାଟ ll

ଛାଇ ଭଳି ଲାଗେ ବିଗତ ସମ୍ପର୍କ,

ଚାଲିଲେ ନ ସରେ ବାଟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍