ଜାଗୁ ତୁମ ଇତିହାସ
ଜାଗୁ ତୁମ ଇତିହାସ
ରଙ୍ଗ ଉଡିଯାଏ ତୂଳି ସରିଯାଏ
ଚିତ୍ର ହୁଅଇ ବିବର୍ଣ୍ଣା ।
ଆଙ୍କି ନପାରଇ ଆଉ ଚିତ୍ରକାର
ଦୃଷ୍ଟିହୁଏ ଆନମନା ।।
ଆଜିର ସଂଗୀତ ବେସୁରା ରାଗିଣୀ
ହୃଦେ ନ ଆଣେ ପୁଲକ. ।
ନାହିଁ ଭାତୃଭାବ ନାହିଁ ସୁସଂସ୍କାର
ବଦଳି ଯ୩ଇଛି ମୂଲକ।।
ମାଳ ମାଳ ଏଠି ଗ୍ରାଜୁଏଟ୍ ତାଙ୍କ
ହାତେ ବହୁ ଡିଗ୍ରୀ ଧରି ।
ଡାକ୍ତର ପଢକି ଇଂଜିନିୟର ଏଠି
ସମସ୍ତେ ଶିକ୍ଷିତ ବେକାରୀ ।।
ସତ୍ୟ ହାରଇ ମିଥ୍ୟା ଗଳିରେ
ଅଧର୍ମକରେ ରାଜୁତି ।
ସତ୍ୟ ଧର୍ମେ ଥାଇ ଲୋକ ନିନ୍ଦାପାଇ
ସରେନା ତା ଦିନରାତି ।।
ଦେଶକୁ ଖାଆନ୍
ତି ବିକନ୍ତି ଭାଙ୍ଗନ୍ତି
ମୁଖାଧାରୀ ଦେଶଭକ୍ତ ।
ଅନ୍ୟାୟ ଅନୀତି ନକଲେ ନଚଳେ
ଆଜିର ଜୀବନ ରଥ ।।
ମଣିଷ ଅବଶ ମଣିଷ ବିବଶ
ରୁକ୍ଷ ତା ମିଳନ ଶିରୀ ।
ହଜି ହଜି ଯାଏ ଆମ ସଂସ୍କୃତି ବୈଭବ
ରାଜନୀତି ବିଭାବରୀ ।।
ଜାଗ ତୁମେ ରାଜା ରାମ କି ମହାତ୍ମା
ଜାଗୁ ତୁମ ଇତିହାସ ।
ତୁମ ଜାଗରଣେ ଜାଗିବ ଚେତନା
ପାଇଲେ ତୁମରି ସ୍ପର୍ଶ ।।
ତୁମ ଆଗମନେ ଘନ ତମସାର
କାଳରାତ୍ରୀ ଯିବ ଲିଭି ।
ଆଶା ଅରୁଣିମା ଫଟି ଉଠିବ ଗୋ
ଉଇଁଯିବ ନବରବି ।।