STORYMIRROR

jagabandhu sahu

Others

4  

jagabandhu sahu

Others

ଜାଗର ମହାତ୍ମା

ଜାଗର ମହାତ୍ମା

1 min
207

ଅତି ଯେ ଦୁର୍ଦ୍ଦାନ୍ତ ଅଟେ ସେ ଶବର

   ମାରୁଥାଏ ପଶୁ ପକ୍ଷୀ

କ୍ଷଣକ ମଧ୍ୟରେ ନେଉଥାଏ ପ୍ରାଣ

  ଧନୁରେ ଶରକୁ ଯୋଖି


ଏକ ଦିନେ ସେଇ ଶବର ପଶିଲା

  ଯାଇ ଯେ ଘୋର ବନନ୍ତେ

ଯାହା ଘଟିଗଲା  କହୁଅଛି ଶୁଣ

  ସୁଧିଜନ ଏଥୁ ଅନ୍ତେ


ବିଭିନ ପ୍ରକାର ପକ୍ଷୀକୁ ଧରି ସେ

  ପଞ୍ଜୁରୀରେ କରି ବନ୍ଦ

ସେତିକିରେ ମନ ହେଲାନି ସନ୍ତୋଷ

  ଲୋଭରେ ହୋଇଲା ଅନ୍ଧ


ପଶିଗଲା ସିଏ ଘୋର ଅରଣ୍ୟରେ

  ହୋଇଗଲା ସନ୍ଧ୍ୟା ଆସି

ସହଜେ ଅରଣ୍ୟ ହୋଇଲା ଅନ୍ଧାର

   ଦିଶିଲାନି ପଥ କିଛି


ରାତ୍ର ହେଲା ଯେବେ ହିଂସ୍ର ଜନ୍ତୁମାନେ

  କରିଲେ ରଡି ବୋବାଳି

ଭୟରେ ଶବର   ବୃକ୍ଷକୁ ଚଢିଲା

  ପ୍ରାଣ ବଞ୍ଚେଇବ ବୋଲି


ମହାବଳ ବାଘ  ଗନ୍ଧ ବାରେଇକି

  ବୃକ୍ଷ ମୂଳେ ହେଲା ଠିଆ

ଶୀତ କାକରରେ  ଥରିଲା ଶବର

   ଥରୁଥିଲା ତାର ହିଆ


ଯୋ ବୃକ୍ଷେ ଚଢିଲା ସେ ଶବର ବୀର

  ଥିଲା ବେଲଗଛ ସେଇ

ସେ ବୃକ୍ଷ ମୂଳରେ  ଶିବଲିଙ୍ଗଟିଏ

  ଥିଲା ସେଇଠାରେ ରହି


ଭୟରେ ଶବର  ବେଲବୃକ୍ଷ ଝାଙ୍କେ

  ବାଘ ଯିବ ବୋଲି ଚାଲି

କଞ୍ଚା ମାଂସ ଲୋଭେ ଯାଏନି ସେ ବାଘ

   ବେଲ ବୃକ୍ଷ ମୂଳ ଛାଡି


ବେଲପତ୍ର ଝଡି  ଶିବ ଲିଙ୍ଗେ ପଡି

  ହୋଇଗଲା ପରିପୂର୍ଣ୍ଣ

ତା ସାଥେ ପଡଇ କାକର ଟୋପା ଯେ

  ଜଳ ଲାଗୁ ହେଲା ଜାଣ


ସେ ରାତ୍ରୀ ଯେ ଥିଲା ଶିବ ଚତୁର୍ଦ୍ଦଶୀ

   ନଥିଲା ତାକୁତ ଜଣା

ଅଜାଣନ୍ତେ ସିଏ   ଉପବାସ କରି

  ପୂଣ୍ୟ ଆତ୍ମାରେ ହେଲା ଗଣା


ଦିବସ ହେବାରୁ  ବାଘ ଚିଲିଯାଇ

  ବୁଦାମୂଳେ ଥିଲା ଛପି

ଶବର ଭାବିଲା  ପ୍ରାଣ ବଞ୍ଚିଗଲା

   ଆସିଲା ତଳକୁ ଖସି


ବୁଦାରୁ ବାହାରି  ମହାବଳ ବାଘ

  ଶବରକୁ ଗଲା ଖାଇ

ଯମଦୂତଗଣ  ଶବର ପ୍ରାଣକୁ

  ଆସି ଗଲେ ତାକୁ ନେଇ


ଯମଦୂତ ଗଣ ନାନା କଷ୍ଟ ଦେଲେ

  ଚର୍ମ ଚାବୁକରେ ମାରି

ଶିବଙ୍କ ଆଦେଶେ ଶିବଗଣ ଆଶି

  ଆତ୍ମାକୁ ଗଲେ ଯେ ଧରି


ଶିବଙ୍କ ଆଶିଷେ ଶିବ ଲୋକେ ରହି

  ଶିବଗଣ ହେଲା ଆତ୍ମା

ଏତିକିରେ ସମ୍ପୂର୍ଣ୍ଣ କରୁଅଛି ମୁହିଁ

  ଏଇ ଯେ ଜାଗର ମାହାତ୍ମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ