ଜା ଜା ,,,
ଜା ଜା ,,,
1 min
297
କଥା କହି ମୁହଁ ତୋର
ଦିଏ ନାହିଁ ପତ୍ତା
ଆଖି ତୋର ଘୁରିଗଲେ
ହୁଏ ହୃଦ୍ ବ୍ୟଥା ll
କାହିଁ ମୁଁ ଖୋଜିବି ଆଉ
କଲୁ କି ମନ୍ତର
ବ୍ୟଙ୍ଗ କବି କରିଦେଲୁ
ମୁହଁ ମୋଡି ତୋର ll
ଗଲୁ ତ ଗଲୁ ପଛେଇ
ଦେଖିନି ତୋ ରୂପ
ପିଠି କେଶରାଜି ଦେଖି
କରେ ମୁଁ ଆଳାପ ll
ନିତମ୍ବର ତରଙ୍ଗରେ
ଥରି କମ୍ପେ ପ୍ରାଣ
ଚାଲି 'ତୋ ଗଜଗମନି
ତୋ ମା ରାଣ ll