ଇଶ୍ବରଙ୍କୁ ଚିଠି
ଇଶ୍ବରଙ୍କୁ ଚିଠି
ମଶାଣି କାନ୍ଧୁଛି ମଣିଷଙ୍କୁ ଦେଖି
ସହିଁ ପାରୁନି ଏ ଦୃଶ୍ୟ,
ମଲା ମଣିଷର ଲାଇନ ଲାଗିଛି
ଲାଗୁନି କିଛି ବିଶ୍ବାସ !
ଥକି ପଡିଲାଣି ସବକୁ ପୋଡାଇ
ହେଉନାହିଁ କେବେ ଶେଷ,
ମଲା ମଣିଷର ଲାଇନ୍ ଲାଗିଛି
ଲାଗୁନି କିଛି ବିଶ୍ବାସ !
ଇଶ୍ବରଙ୍କ ପାଖକୁ ଚିଠି ଲେଖିବ
ମଶାଣି ମନେ ଭାବିଛି,
ଯମପୁର ରାଜା ମର୍ତ୍ୟ ମଣ୍ତଳକୁ
ସତେ ଓଲ୍ହେଇ ଆସିଛି ?
ମନେ ଭାବିଛି ମଶାଣି ପୁଣିଥରେ
କେମିତି ଲେଖିବ ଚିଠି,
ଇଶ୍ବରଙ୍କ ଅନୁମତିରେ ପତ୍ର ହଲେନି
ଦିନ ଭି ହୁଏନି ରାତି ।
ତଥାପି ଲେଖିଛି ଚିଠି ଖଣ୍ତିଏ ସେ
ଦେବା ପାଇଁ ଇଶ୍ବରଙ୍କୁ,
ଯେତେ ବଡ ହେଲେ କଣ ହେବ
ଆଜି ଡର ନାହିଁ ତାକୁ ।
ଚିଠି ଭିତରେ ଲେଖିଛି ମଶାଣି
କିଛି ଏମିତି ଶବ୍ଦ
କଣ ପାଇଁ ଜାବୁଡି ଧରିଛ ଇଶ୍ବର
ଏତେ ବଡ ବଡ ପଦ ।
ତମ ଶକ୍ତି ହାର୍ ମାନିଗଲାଣି କି
ସାମାନ୍ୟ କରୋନା ଠାରୁ,
ସମସ୍ତଙ୍କ ଭରସା ଉଠି ଗଲାଣୀ
ଇଶ୍ବର ତୁମ ଉପରୁ ।
କେହିଁ ଭରସା କରୁନାହାନ୍ତି ଆଉ
ତୁମକୁ ହେ ଭଗବାନ,
ଫେରେଇ ପାରିବକି କେମିତି କୁହଁ
ମଲା ମଣିଷ ଜୀବନ ?
ମିଛରେ କୁହଁ ସାରା ସଂସାର ମୋର
ଏଠି ସମସ୍ତେ ନିଜର,
କଣ ପାଇଁ ଆଜି ଚୁପ୍ ରହିଅଛ
ତୁମକୁ ଲାଗୁଛି ଡର ?
କହିବା ଲାଗେ ଅତି ସହଜ ସବୁ
କରିବାକୁ ଲାଗେ କଷ୍ଟ
ତୁମ ପଦ ପଦବୀ ଛାଡି ଦିଅ ସବୁ
ତୁମେ ନୁହଁ ସର୍ବଶ୍ରେଷ୍ଠ ।