STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଈଶ୍ବର

ଈଶ୍ବର

1 min
409

ସଭିଙ୍କର ପାଖେ ସଦା ବିଦ୍ଯମାନ

ଈଶ୍ବର ହିଁ ରହିଛନ୍ତି

ଡାକିବା ପୂର୍ବରୁ ଥରେ ଚାହିଁଦେଲେ

ପଙ୍ଗୁ ବି ଲଙ୍ଘି ପାରନ୍ତି।


ଦୟାର ସାଗର ଦିନବନ୍ଧୁ ଆହେ

ଅପାର କୃପା ବଳରେ

ହୃଦୟ କନ୍ଦକୁ ସନ୍ତୋଷ ଦେଉଛ

ଅବା ଦୁଃଖେ ଲୁହ ଝରେ।


ଈଶ୍ବରଙ୍କ ପାଦ ପଦ୍ମରେ ପ୍ରଣାମ

କରୁଅଛି ଦିନରାତି

ଯାହାଙ୍କ ଇଛାରେ ସତ୍ଯ ଶିବ ଆଉ

ସୁନ୍ଦରତା ପାଇଥାନ୍ତି।


ସୂର୍ଯ୍ଯ ଚନ୍ଦ୍ର ତାରା ଗ୍ରହ ଓ ନକ୍ଷତ୍ର

ଆତଯାତ ଏ ମହୀରେ

ଆଲୋକ ଅନ୍ଧାର ହେଉଥାଏ ସଦା

ଯା'ପାଇଁ କରୁଣା ଝରେ।


ସତ୍ଯ ଶିବ ଆଉ ସୁନ୍ଦର ତୁମେ ହେ

ତୁଣ୍ଡେଥାଉ ଜୟଧ୍ବନୀ

ତୁମର ଇଛାରେ ସମୁଦ୍ର ମନ୍ଥନେ

ଅମୃତ ବିଷ ଲଭନ୍ତି।


ସ୍ମରଣ ମାତ୍ରକେ ଯିଏ ସଦା ଆସି

ଠିଆ ହୋଇଯାନ୍ତି ପାଖେ

ସେହି ଈଶ୍ବରଙ୍କୁ କୋଟିଏ ପ୍ରଣାମ

ସ୍ମରୁ ଗୁଣୁଥାଉ ମୁଖେ।


ଜଗତରେ ତୁମେ କାହା ସମ ହେବ

କହିବା ବି କାଠିକର

ଅନ୍ଧାର ଆଲୋକ ତୁମରି ଇଛାରେ

ଚାଲୁଥାଏ ଏ ମହୀର।


ଜଗତରେ ତୁମେ ପ୍ରାଣୀ ଓ ଉଦ୍ଭିଦ

ସୃଷ୍ଟି କରି ଦେଇଅଛ

ମୃତ୍ଯୁର କୋଳରେ ଶୁଆଇ ସଭିଙ୍କୁ

ମୋକ୍ଷ ପ୍ରାପ୍ତି କରାଉଛ।


ତୁମେ ଏକା ସତ୍ଯ ଏ ସଂସାର ପଥେ

ତୁମକୁ କଳିବା କଷ୍ଟ

ମିଥ୍ଯାର ହାଟକୁ ଦଳି ଦେଇଥାଅ

ଯିଏ ହୋଇଥାଏ ଦୁଷ୍ଟ।


ପ୍ରଣତି ଘେନ ହେ ଈଶ୍ବର ମୋପାଖୁ

ତୁମେ ହିଁ ଏକା ନିଜର

ତୁମ ବିନା ପରା ପତ୍ର ବି ହଲେନା

ସଂସାର ହୁଏ ନିଥର।୧୦

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍